ଜିଲ୍ଲା କଂଗ୍ରେସ ଓ ମହିଳା କଲେଜରେ ମହାତ୍ମାଙ୍କ ୭୩ତମ ପୁଣ୍ୟ ତିଥି ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିିଲ୍ଲା କଂଗ୍ରେସ ପକ୍ଷରୁ ପାରଳାଖେମୁଣ୍ଡି ଜିଲ୍ଲା କାର୍ଯ୍ୟାଳୟ ଠାରେ ମହାତ୍ମାଗାନ୍ଧିଙ୍କ ୭୩ତମ ପୁଣ୍ୟ ତିଥି ପାଳିତ ହୋଇଛି । ଏହି ଅବସରରେ ମହାତ୍ମାଗାନ୍ଧିଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କୁ ପ୍ରଥମେ ଶ୍ରଦ୍ଦାଞ୍ଜଳୀ ଦିଆଯାଇଥିଲା । ଗାନ୍ଧିଙ୍କ ନିତୀଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳର ସଙ୍ଗଠନକୁ ସୁଦୃଢ କରି ସମସ୍ତେ ଦଳର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ସଭାପତି ସୁର୍ଯ୍ୟନାରାୟଣ ପାତ୍ର,ଗୌତମ ପଣ୍ଡା,ବାବୁଲି ସାହୁ,ଇଶ୍ୱର ମାଝି ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ । ସେହିପରି ପାରଳାଖେମୁଣ୍ଡି ମହିଲା ସ୍ନାତକ ମହାବିଦ୍ୟାଳୟରେ ଗାନ୍ଧିଙ୍କ ତିରୋଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ସହିଦ ମାନଙ୍କ ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ଏହି ଦିବସର ଯଥାର୍ଥତା ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅଧ୍ୟାକ୍ଷ ଡ.ରିନା ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିଲେ । ଜାତୀୟ ସେବା ଯୋଜନାର ଡ.ଭାରତୀ ପାଣିଗ୍ରହୀ,ରାଜେଶ ପାତ୍ର,ଏଲ.ଦୁର୍ଯ୍ୟୋଧନ ପ୍ରମୁଖ ଉପସ୍ଥ୍ ଥିଲେ ।