କଂଗ୍ରେସର ସାଂଗଠନିକ ଦକ୍ଷତା ବୃଦ୍ଧି ନେଇ ସମୀକ୍ଷା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଫେବୃଆରୀ ୧୯ ତାରିଖ ପୂର୍ବାହ୍ନରେ ଦିନିକିଆ ବାଲେଶ୍ୱର ଜିଲ୍ଲାଗସ୍ତରେ ଆସି ଜିଲ୍ଳାରେ ଦଳୀୟ ସଂଗଠନର ପୂନର୍ବିନ୍ୟାସ ଏବଂ ଦକ୍ଷତା ବୃଦ୍ଧି ସମ୍ପର୍କରେ ଦଳୀୟ କାର୍ଯ୍ୟାଳୟରେ ସମୀକ୍ଷା କରି ଫେରିଯାଇଛନ୍ତି । ଶ୍ରୀ ସିଂହଙ୍କ ସହ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ପ୍ରଦେଶ ସହପ୍ରଭାରୀ ଭି. ରୁଦ୍ରରାଜୁ, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ବାଲେଶ୍ୱର ଲୋକସଭା ଆସନର ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଏହି ସମକ୍ଷା ବୈଠକରେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷା ବୈଠକରେ ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲେଶ୍ୱର ସଦର, ନୀଳଗିରି, ଖଇରା, ସିମୁଳିଆ, ବାହାନଗା, ରେମୁଣାର ବ୍ଲକ ସ୍ତରୀୟ ନେତା, କର୍ମୀ, କର୍ମକର୍ତା, ପୂର୍ବତନ ବିଧାୟକ ଏବଂ ପ୍ରାର୍ଥୀମାନଙ୍କ ସହ ବ୍ଲକୱାରୀ ପୃଥକ୍ ଭାବେ ଆଲୋଚନା କରିଥିଲେ । ସଂଗଠନକୁ କିଭଳି ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଭାରୀ ଶ୍ରୀ ସିଂହ ମତାମତ ଲୋଡ଼ିଥିଲେ । ଏହା ସହିତ ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଓ କର୍ମକର୍ତା ଚୟନ ସମ୍ପର୍କରେ ମଧ୍ୟ କର୍ମୀମାନଙ୍କ ଠାରୁ ମତାମତ ଲୋଡ଼ିଥିଲେ । ଖୁବ୍ ଶୀଘ୍ର ଜିଲ୍ଲା ସଭାପତି ଗଠନ କରାଯିବ ବୋଲି ପ୍ରଭାରୀ ପ୍ରତିଶୃତି ଦେଇଥିଲେ । ଆଲୋଚନାରେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ, ପିସିସି ସାଧାରଣ ସମ୍ପାଦକ ସଞ୍ଜୀବ ଗିରି, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଶର୍ମିଷ୍ଟା ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ଗୋପନାରାୟଣ ଦାସ, ଅକ୍ଷୟ ଆଚାର୍ଯ୍ୟ, ଯୁଧିଷ୍ଠିର ଜେନା, ଚିତରଞ୍ଜନ ଷଡ଼ଙ୍ଗୀ, ବିଧାନସଭା ମଣ୍ଡଳିର ପ୍ରାର୍ଥୀ ସତ୍ୟଶିବ ଦାସ, ସୁଦର୍ଶନ ଦାସ, ବିଜନ ନାୟକ, ମାନସ ଦାସପଟ୍ଟନାୟକ, ପ୍ରତାପ କୁମାର ସେଠୀ, ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ । ଏହା ସହିତ ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ବାସନ୍ତୀ ସାମଲ, ବାସନ୍ତୀ ନାୟକ, ହେମଲତା ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁବ୍ରତ ଦାସ, ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଗୋପୀନାଥ ପାଢ଼ୀ, କୃଷ୍ଣଗୋପାଳ ପଣ୍ଡା, ଛାତ୍ରନେତା ରଞ୍ଜନ ଦାସ, ଗୌତମ ସାହୁ, ଜ୍ଞାନେନ୍ଦ୍ର ମହାନ୍ତି ତଥା ନେତ୍ରୀଙ୍କ ସମେତ ଜିଲ୍ଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନର ପଦାଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।


