ଜିଲ୍ଲା କଂଗ୍ରେସ ତରଫରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ
ନବରଙ୍ଗପୁର,(ୱାଇଏନଏସ):ଆଇନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ପ୍ରତି ଭାରତ ସରକାରଙ୍କ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଦୃଢ ପ୍ରତିବାଦ କରାଯାଇଛି । ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ ଙ୍କ ନେତୃତ୍ୱ ରେ କଂଗ୍ରେସ କର୍ମୀ ଙ୍କୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ କଂଗ୍ରେସ ଭବନ ଠାରୁ ବାହାରି ସହର ପରିକ୍ରମା କରି ଆମ୍ବେଦକର ଛକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସମ୍ବିଧାନ ପ୍ରଣେତା ଙ୍କ ପ୍ରତି ଏ ଅପମାନ ସୂଚକ ମନ୍ତବ୍ୟ ଅମିତ ଶାହା କ୍ଷମା ପ୍ରାର୍ଥନା କରିବା ସହିତ ଅମିତ ଶାହା ଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ନେତାମାନେ । ଏହି ପ୍ରତିବାଦ ରାହୁଲ ଗାନ୍ଧୀ ଙ୍କ ପାଇଁ ସୃଷ୍ଟି ହୋଇଥିବା ପାର୍ଲ୍ୟାମେଣ୍ଟ ହାଉସ ପ୍ରସଙ୍ଗ କୁ ଏଡ଼ାଇବା ପାଇଁ ନୁହଁ ବରଂ ସମ୍ବିଧାନ କୁ ବିରୋଧ କରୁଥିବା ଲୋକ ଙ୍କୁ ବିରୋଧ କରାଯାଉଛି ବୋଲି ଭୁଜବଳ ମାଝୀ କହିଛନ୍ତି । ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ଡାବୁ ଗାଁ ଜିଲ୍ଲାପରିଷଦ ସଭ୍ୟ ଡ଼ଃ ଲିପିକା ମାଝୀ ,ଚାଷୀ ନେତା ବୃନ୍ଦା ତ୍ରିପାଠୀ, ମହିଳା ନେତ୍ରୀ ପି ନଗରତ୍ନମ , ଯୁବନେତା ଦ୍ଵାରିକା ମହାପାତ୍ର ,ପ୍ରହଲ୍ଲାଦ ହିଆଲଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।