ଜିଲ୍ଲା କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ଜୟନ୍ତୀଙ୍କ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ ଜାତିରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଂଗ୍ରେସ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସଭାଗୃହରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶ୍ରୀ ଦାସ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସତ୍ୟ, ଅହିଂସା ଓ ନିଶାମୁକ୍ତ ଭାରତ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଶାସ୍ତ୍ରୀଜୀଙ୍କ ସ୍ୱପ୍ନ ଓ ଡାକରା “ଜୟ ଜବାନ, ଜୟ କିଷାନ” ଆଜିର ଦିନରେ ପ୍ରହସନ ପାଲଟିଛି ବୋଲି କ୍ଷୋଭର ସହ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପଛୁଆବର୍ଗ ବିଭାଗ କଂଗ୍ରେସର ଉପସଭାପତି ଫକିର ଚରଣ ଖଟୁଆ, ରାଜ୍ୟ ଲିଗାଲ ସେଲର ଉପସଭାପତି ଧରଣୀଧର ସୁଆର, କିଷାନ କଂଗ୍ରେସର ରାଜ୍ୟ ଉପସଭାପତି ମହେନ୍ଦ୍ର ପରିଡା, ଆଇ.ଏନ.ଟି.ୟୁ.ସି.ର ଜିଲ୍ଲା ସଭାପତି ମୁକ୍ତାର ଖାଁ, ଜିଲ୍ଲା କଂଗ୍ରେସ ଉପସଭାପତି ସଞ୍ଜୟ ରାଉତ, ଶରତ ବେହୁରା, ସୁଜୟ ଦାସ, ସମ୍ବିତ ଶ୍ରୀଚନ୍ଦନ, କମଳାକାନ୍ତ ବେହେରା, ସନ୍ଧ୍ୟାରାଣୀ ରାଉତ, ଅସିତ କୁମାର ପଣ୍ଡା, ସେବାଦଳ ଜିଲ୍ଲା ସଭାପତି ଜୟଦେବ ପରିଡା, ସର୍ବେଶ୍ୱର ସେଠୀ, ନାରାୟଣ ଚନ୍ଦ୍ର ପରିଡା, ବିଧୁଭୂଷଣ ମହାପାତ୍ର, ରାଜେଶ ମହାନ୍ତି, ଚିତ୍ରସେନ ପରିଡା, ପରଭେଜ ଅକ୍ତର, ସିଦ୍ଧାର୍ଥ ଜେନା, ରବିନ୍ଦ୍ର ନାଥ ମହାନ୍ତି, ନାରୀନେତ୍ରୀ କଳ୍ପନା ମିଶ୍ର, ଶ୍ରମିକ ନେତା ସନ୍ତୋଷ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


