ଜିଲ୍ଲା କଂଗ୍ରେସ ଭବନରେ ନବ ନିଯୁକ୍ତ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ଶୁକ୍ରବାର ଜିଲ୍ଲା କଂଗ୍ରେସ ଭବନ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଦୁହୁରିଆ ଛକ ଠାରୁ ଶ୍ରୀ ମହାନ୍ତିଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପୂର୍ବକ କଂଗ୍ରେସ ଓ ଯୁବ କଂଗ୍ରେସର କର୍ମୀମାନେ କଂଗ୍ରେସ ଭବନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । କଂଗ୍ରେସ ଭବନ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ମହାନ୍ତି ପ୍ରଥମେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ସଭାଗୃହରେ ପୂର୍ବତନ ଜିଲ୍ଲା ସଭାପତି ଚିନ୍ମୟ ପ୍ରସାଦ ବେଉରାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ବ୍ଲକ ଓ ନଗର କଂଗ୍ରେସରୁ ଆସିଥିବା କର୍ମୀମାନେ ପୁଷ୍ପଗୁଛ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ନୂତନ ସଭାପତି ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପୂର୍ବତନ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା,ଜୟନ୍ତ ମହାନ୍ତି,ବିଭ୍ରାଂଶୁ ଶେଖର ଲେଙ୍କା ପ୍ରମୁଖ ନିଜର ବକ୍ତବ୍ୟରେ କଂଗ୍ରେସ ଦଳ ପାଇଁ ଆହ୍ୱାନ,ସଂଗଠନକୁ ସୁଦୃଢ କରିବା ଉପରେ ନଜର ଦେବାକୁ ନୂତନ ଜିଲ୍ଲା ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ସଭାପତି ଶ୍ରୀ ମହାନ୍ତି ଜିଲ୍ଲା କଂଗ୍ରେସର ସଂଗଠନକୁ ଦୃଢ କରିବା ପାଇଁ ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ ଏବଂ କଂଗ୍ରେସ ସଂଗଠନର ସମସ୍ତ ବିଭାଗ ଓ କଂଗ୍ରେସର ଶୁଭେଛୁମାନଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ଶିବ ପ୍ରସାଦ ବିଶ୍ୱାଳ, ପ୍ରଦ୍ୟୁମ୍ନ କୁମାର ଜେନା, ବାବୁରାମ ଜେନା, କୈଳାସ ତରାଇ, ରାକେଶ ମହାନ୍ତି, ମଳୟ ଦାସ, ରବି ରାଉତରାୟ,ଦାମୋଦର ବିଶ୍ୱାଳ, ଅନ୍ନପୂର୍ଣ୍ଣା ଦାସ, ଜୀନତପ୍ରିୟଦର୍ଶିନୀ ରାଉତ, ପର୍ଶୁରାମ ରାଉତରାୟ, ମଙ୍ଗୁଳି ଚରଣ ବେହେରା, ଯୁବ କଂଗ୍ରେସ ଜିଲ୍ଲା ସଭାପତି ସତ୍ୟପ୍ରିୟ ସାମଲ, ପ୍ରଦୀପ ପ୍ରଧାନ, ମାନସ ରଞ୍ଜନ ମହାନ୍ତି, ପ୍ରଦେଶ କଂଗ୍ରେସ ମତ୍ସ୍ୟଜୀବି ବିଭାଗର ଅଧ୍ୟକ୍ଷ ହଳଧର ସେଠୀ, ଶରତ ବେହୁରା, ଉମେଶ ତ୍ରିପାଠୀ, ସର୍ବେଶ୍ୱର ସେଠୀ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶୋଭାଯାତ୍ରା ଶୃଙ୍ଖଳାର ସହ କୋଭିଡ ନିୟମକୁ ପାଳନ କରାଯାଇ ଆଶିଷ ମେକାପ, ବିମଳ ବିଶ୍ୱାଳ, ଶୁସାନ୍ତ ରାଉତ, ସତ୍ୟ ପରିଡା, ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ଅଜିତ ମହାପାତ୍ର, ଉମାଶଙ୍କର ଜେନା, ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଶ୍ରୀ ମହାନ୍ତିଙ୍କୁ ପାଛୋଟି ଆଣିଥିଲେ ।