ଜିଲ୍ଲା କଂଗ୍ରେସ ଭବନରେ ନବ ସଙ୍କଳ୍ପ ଶବିିର ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ନବ ସଙ୍କଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର କୁମାର ସେଠୀ କଂଗ୍ରେସ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସଭାପତିତ୍ୱରେ ନବ ସଙ୍କଳ୍ପ ଶିବିର କର୍ମଶାଳା ଆରମ୍ଭ ହୋଇଥିଲା । ପର୍ଯ୍ୟବେକ୍ଷକ ଶ୍ରୀ ସେଠୀ ଭାରତୀୟ ଜାତୀୟ କଂଗ୍ରେସ ଚିନ୍ତନ ଶିବିରରେ ଆଲୋଚିତ ଓ ପାରିତ ହୋଇଥିବା ସଙ୍କଳ୍ପ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଦ୍ୱାରା ଆଗତ ପ୍ରସ୍ତାବ କ୍ରମେ କେନ୍ଦ୍ର ସରକାର ଯେଉଁଭଳି ଆକ୍ରୋଶ ମୂଳକ ଭାବେ ରାହୁଳ ଗାନ୍ଧୀଙ୍କୁ ଇଡି ଦ୍ୱାରା ଜେରା କରାଇବାର ପ୍ରୟାସ କରିଛନ୍ତି ତାହାକୁ ଏହି ସଙ୍କଳ୍ପ ଶିବିରରେ ଘୋର ନିନ୍ଦା କରାଯାଇଥିଲା । କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ କାର୍ଯ୍ୟ କଲେ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି କହିଥିଲେ । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳ ଓ ବୁଥ ସ୍ତରର ସମସ୍ତ କର୍ମୀ ଆତ୍ମ ସମୀକ୍ଷା କରିବା ସହ ନିଜ ନିଜ ବୁଥ ସ୍ତରରେ କଂଗ୍ରେସର ଭୋଟ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସ୍ତରର ସମସ୍ତ ନେତୃମଣ୍ଡଳୀ ବ୍ଲକ ସ୍ତରରେ ହେଉଥିବା କର୍ମୀ ଉତ୍ପୀଡନ ଉପରେ ନଜର ରଖିଲେ କର୍ମୀମାନଙ୍କର ମନୋବଳ ବୃଦ୍ଧି ପାଇବ ବୋଲି ସେ କହିଥିଲେ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ, ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ, ଜୟନ୍ତ ମହାନ୍ତି, ରତିକାନ୍ତ କାନୁନଗୋ, ରାକେଶ ମହାନ୍ତି, ସତ୍ୟପ୍ରିୟ ସାମଲ, ପରଭେଜ ଅକ୍ତର, ଜିଲ୍ଲାର ସମସ୍ତ ବ୍ଲକ ଓ ନଗର କଂଗ୍ରେସ ସଭାପତି, ମଙ୍ଗୁଳି ଚରଣ ବେହେରା, ମଳୟ ଦାସ, ଦେବେନ୍ଦ୍ର ଜେନା, ରବିନାରାୟଣ ବେହେରା, ଜ୍ୟୋତିରଞ୍ଜନ ପରିଡା, ରାଜେଶ ମହାନ୍ତି, କବିନ୍ଦ୍ର ସାମଲ, ଉମେଶ ତ୍ରିପାଠୀ, ଅମୁଲ୍ୟ ପ୍ରଧାନ ନିଜ ନିଜ ଅଞ୍ଚଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀ କାନୁନଗୋ, ମହମ୍ମଦ ଆକବର ଅଲ୍ଲୀ, ଫକିର ଚରଣ ଖଟୁଆ, ବାବୁରାମ ଜେନା, ସଞ୍ଜୟ ରାଉତ, କୁମାର ଚନ୍ଦ୍ର ବଳ, ରମାକାନ୍ତ ଦାଶ, ରଞ୍ଜନ ମହାନ୍ତି, ରଘୁନାଥ ଶତପଥୀ, ସନ୍ଧ୍ୟାରାଣୀ ଦାସ, ମହେନ୍ଦ୍ର ପରିଡା, ସର୍ବେଶ୍ୱର ସେଠୀ, ସୁଖଦାନନ୍ଦ ପ୍ରଧାନ, ସୈାମେନ୍ଦ୍ର ପୃଷ୍ଟି, ହିବଜୁର ରହେମାନ, ମୀର ମୁର୍ଶିଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ନବ ସଙ୍କଳ୍ପ ପତ୍ର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଦାସ ପାଠ କରିଥିବା ବେଳେ ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ