ଜିଲ୍ଲା କନିଷ୍ଠ ମହିଳା ହକି ଦଳର ଭୁବନେଶ୍ବର ଯାତ୍ରା

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲାର କନିଷ୍ଠ ମହିଳା ହକି ଦଳ ଆଜି ଭୁବନେଶ୍ଵର ଯାତ୍ରା କରିଛନ୍ତି। ଚଳିତ ସେପ୍ଟେମ୍ବର ୨୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରାଜଧାନୀ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କନିଷ୍ଠ ମହିଳା ହକି ଚାମ୍ପିଅନସିପ ରେ ଭାଗ ନେବା ପାଇଁ ଏହି ଦଳ ଯାତ୍ରା କରିଛନ୍ତି। ଦଳରେ ସର୍ବମୋଟ୍ ୧୮ ଜଣ ଖେଳାଳୀ ଏଵଂ ୨ ଜଣ ଅଧିକାରୀ ସାମିଲ ଅଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ହକି ସଙ୍ଘ କର୍ମକର୍ତ୍ତା ଓ ଅନ୍ୟ ଅଧିକାରୀ ଏହି ଦଳକୁ ଶୁଭେଚ୍ଛା ଜଣାଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଆଗାମୀ ଚାମ୍ପିଅନସିପରେ ଦଳର ସଫଳତା ପାଇଁ ଶୁଭ ମନାସିଥିଲେ। ପ୍ରକାଶ ଥାଉକି ହକି ଖେଳରେ ବାଲେଶ୍ବର ଜିଲ୍ଲା ଅଧୁନା ରାଜ୍ୟ ସ୍ତରରେ ଅନେକ ସଫଳତା ହାସଲ କରିବା ସହ ଉନ୍ନତି ପଥରେ ଅଗ୍ରସର ଅଛି। ଏହି ଚାମ୍ପିଅନସିପ ରେ ଦଳର ଉଚ୍ଚ ପ୍ରଦର୍ଶନ ନିମନ୍ତେ ଜିଲ୍ଳାବାସୀ କନିଷ୍ଠ ମହିଳା ହକି ଦଳର ସମସ୍ତ ଖେଳାଳୀ ଏଵଂ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସଫଳତା ପାଇଁ ଶୁଭ ମନାସିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ