ଜିଲ୍ଲା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : କୃଷକ ଓ କୃଷି ଶ୍ରମିକ ମାନଙ୍କୁ ସମସ୍ତ ପ୍ରକାର ଋଣ ବୋଝରୁ ମୁକ୍ତ କରିବା, ଏମଏସ ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ପ୍ରଦାନ କରିବା, କୃଷି ଉତ୍ପାଦନ ସଂପର୍କୀୟ ବିନିଯୋଗ ଖର୍ଚ୍ଚ ହ୍ରାସ ପାଇଁ ବିହନ, ସାର, କୀଟନାଶକ ଏବଂ କୃଷି ଯନ୍ତ୍ରପାତି ସମେତ କୃଷି ଉପକରଣ ଉପରେ ରିହାତି ବୃଦ୍ଧି କରାଯାଉ । ଗରିବ , ମଧ୍ୟମ ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ୍ ଦିଆଯାଉ, ପ୍ରକୃତ କୃଷକ ମାନଙ୍କ ନାମରେ ଜମିଜମାର ରେକର୍ଡ଼ କରି ତୁରନ୍ତ ପଟ୍ଟା ପ୍ରଦାନ କରାଯାଉ ଏବଂ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରାଯାଉ, ସମସ୍ତ ପ୍ରକାର ଫସଲକୁ ଅନ୍ତର୍ଭୁକ୍ତ କରି ଏବଂ ଆୟର କ୍ଷତିକୁ ଆକଳନ କରି ଏକ କୃଷି ସପକ୍ଷବାଦୀ ବ୍ୟାପକ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଉ , କୃଷକ ପରିବାରର ସ୍ୱାସ୍ଥ୍ୟବୀମା ଯୋଜନା ଏବଂ ପଶୁସମ୍ପଦ ବୀମା ଯୋଜନାକୁ ସୁନିଶ୍ଚିତ କରାଯାଉ, ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତିପୂରଣ ପରିମାଣ ବୃଦ୍ଧି କରାଯାଉ ଏବଂ ଏସଂକ୍ରାନ୍ତୀୟ ସମସ୍ତ ବକେୟା କ୍ଷତିପୂରଣ ଅର୍ଥରାଶି ତୁରନ୍ତ ପ୍ରଦାନ ଦାବିରେ ଆଜି ସର୍ବଭାରତୀୟ କିଶାନ ସଂଘର୍ଷ ସମନ୍ୱୟ କମିଟି ଦେଶବ୍ୟାପୀ ମିଳିତ ଡ଼ାକରା ଦେଇଥିବାରୁ ଏହାକୁ ସମର୍ଥନ ଜଣାଇ ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡିଙ୍କ ନେତୃତ୍ୱରେ କୃଷକ ମାନଙ୍କ ଉପରୋକ୍ତ ୬ ଦଫା ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡ଼େପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ଗୁଡ଼ିକ ଆଗାମୀ ଦିନରେ ପୂରଣ ନହେଲେ ଗଣଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସମ୍ପାଦକ ଶ୍ରୀରେଡ୍ଡି କହିଥିଲେ । ଏହି ବିକ୍ଷୋଭ ପରେ କୃଷକ ସଭାର ପ୍ରଭାକର ବେହେରା, ଅଜୟ ଗୌଡ଼, ନାରାୟଣ ଦାଶ, ମୋଚିଆ ଶବର, ସାହେବ ରେଡ୍ଡି, ଦିବାକର ଜାନି, ନରସିଂହ ବେହେରା, ସୁଦର୍ଶନ ପାହାନଙ୍କ ସମେତ ବହୁ କୃଷକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ