ଜିଲ୍ଲା କରଣ ସମାଜ ପକ୍ଷରୁ ଗୋଠେଶ୍ୱର ପର୍ଯ୍ୟଟନ କ୍ଷେତ୍ରରେ ଗରୀବଙ୍କୁ ଶୁଖିଲା ଖାଦ୍ୟ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ଭୂତାଣୁ ଜନିତ ସଂକ୍ରମଣ ଆଶଙ୍କାରେ ସାରା ଜିଲ୍ଲାରେ ଲକଡାଉନ ବ୍ୟବସ୍ଥା ଜାରି ହୋଇଥିବାରୁ ଗରୀବ ଓ ଦିନମଜୁରିଆମାନେ ଖାଦ୍ୟ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା କରଣ ସମାଜ ପକ୍ଷରୁ ରବିବାର ସକାଳେ ଗରଦପୁର ବ୍ଲକ ଅନ୍ତର୍ଗତ ନଡିଆବରେଇ ପଂଚାୟତର ଗୈାଠେଶ୍ୱର ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀୟ ଅଚଂଳର ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ(ଚୁଡା, ଅଟା ଓ ବିସ୍କୁଟ), ଫିନାଇଲ, ସାନିଟାଇଜର ପ୍ରଭୃତି ବଂଟନ କରାଯାଇଛି । କରଣ ସମାଜର ସଦସ୍ୟ ଦେବେନ୍ଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ତଥା କରଣ ସମାଜର ପ୍ରତିଷ୍ଠାତା ସଭ୍ୟ ପ୍ରଦୀପ କୁମାର ମହାନ୍ତି, ପ୍ରମୋଦ କୁମାର ମହାପାତ୍ର, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଅଶ୍ୱିନୀ ପରିଜା, ଧିରେନ୍ଦ୍ର ମହାନ୍ତି, ସୁଦାମ ବାରିକ ପ୍ରମୁଖ ଉପସ୍ଥିତ ରହି ଶୁଖିଲା ଖାଦ୍ୟ, ଫିନାଇଲ, ସାନିଟାଇଜର ପ୍ରଭୃତି ବଂଟନ କରିଥିଲେ ।