ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କୁ ଏକ ଦଶଦାଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୨୦୧୧ମସିହାରୁ ଗଠନ କରାଯାଇଥିବା ଏହି ସଙ୍ଘର କଳାକାରମାନଙ୍କ ବିଭିନ୍ନ ସମସ୍ୟା ଜିଲ୍ଲା ସଂସ୍କୃତି ଅଧିକାରୀ ବୁଝିଥାନ୍ତି । କିନ୍ତୁ ଏବେ ଜିଲ୍ଲାରେ କୈାଣସି ସଂସ୍କୃତି ଅଧିକାରୀ ନଥିବାରୁ କଳାକାରମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ନୂତନ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସହ ପ୍ରତ୍ୟେକ ମାସର ୨୫ତାରିଖ ସୁଦ୍ଧା କଳାକାର ଭତ୍ତା ପ୍ରଦାନ କରାଯିବା, ଭତ୍ତା ପାଉନଥିବା ଯୋଗ୍ୟ କଳାକାରଙ୍କୁ ଭତ୍ତା ପ୍ରଦାନ, ବିଭିନ୍ନ ସରକାରୀ ସଚେତନତା କାର୍ଯ୍ୟକ୍ରମ ସ୍ୱେଛାସେବୀ ଅନୁଷ୍ଠାନକୁ ଦିଆନଯାଇ ସଙ୍ଘର କଳାକାରମାନଙ୍କ ଦ୍ୱାରା ପ୍ରଚାର କରାଯିବା, ପ୍ରତି କଳାକାରଙ୍କୁ ପରିଚୟପତ୍ର ସରକାରୀ ସ୍ତରରେ ପ୍ରଦାନ, କରୋନା ମହାମାରୀ ପାଇଁ ବିଭିନ୍ନ କଳା ଅନୁଷ୍ଠାନ ବନ୍ଦ ଥିବାରୁ କଳାକାରମାନଙ୍କୁ ଆଥି୭କ ସହାୟତା ପ୍ରଦାନ କରାଯିବା, ନୂତନ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ପର୍ଯ୍ୟନ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯିବା ସହ ସେ ନିଜେ ସମସ୍ତ ସମସ୍ୟା ବୁଝିବା, ଜିଲ୍ଲା କଳାକାର ସଙ୍ଘକୁ କାର୍ଯ୍ୟାଳୟ ପାଇଁ ଏକ ଗୃହ ଯୋଗାଇ ଦିଆଯିବା, କଳାକାରମାନଙ୍କୁ ମୃତ୍ୟୁକାଳୀନ ସହାୟତା ପାଇଁ ୧୦ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବା ପ୍ରଭୃତି ସଙ୍ଘ ପକ୍ଷରୁ ଦାବି କରାଯାଇଛି ।ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପସଭାପତି ଗଗନବିହାରୀ ସାହୁ, କ୍ଷୀରୋଦ କୁମାର ନାଥ, ଅଶୋକ ରଣା, କୁଳମଣୀ ସେଠୀ, ରଞ୍ଜିତା ବେହେରା, ଗୋଲଖ ବେହେରା, ସୁଲେଖା ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, କାର୍ତ୍ତିକ ଚନ୍ଦ୍ର ପତି, ବିଶ୍ୱନାଥ ନାୟକ, ବସନ୍ତ କୁମାର ରାୟ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ