ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ, କେନ୍ଦ୍ରାପଡା ପକ୍ଷରୁ ଏକ ୮ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ମୁଖ୍ୟ ଓ ବୁଡି ଯାଉଥିବା ଲୋକକଳା କେନ୍ଦରା କଳାକାରମାନଙ୍କୁ ସୁଯୋଗ ଦିଆଯିବା, ବ୍ଲକରେ ଚାଲିଥିବା କଳାକାର ଚୟନ ପ୍ରକ୍ରିୟାରେ ବ୍ୟାପକ ଘୋଟାଲା ଯଥା ପ୍ରକୃତ କଳାକାରମାନଙ୍କୁ ବାଦ ଦିଆଯିବା ଓ ଗୋଟିଏ ବ୍ଲକର ଆବେଦନ କରାଯାଇଥିବା ନାମ ଅନ୍ୟ ବ୍ଲକକୁ ଚାଲିଯିବା, ଦୀର୍ଘଦିନ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଭାଗବତ ଟୁଙ୍ଗି ଅନୁଦାନକୁ ବଣ୍ଟନ କରାଯିବା ନିମନ୍ତେ ବାରମ୍ବାର ଅଭିଯୋଗ ସତ୍ୱେ କୈାଣସି ଟୁଙ୍ଗିକୁ ଅନୁଦାନ ଦିଆନଯିବା, ଜିଲ୍ଲା ସ୍ତରରେ ପାଉଥିବା କଳାକାର ଭତ୍ତା ବଣ୍ଟନରେ ଅନିୟମିତତା ହେଉଥିବାର ବାରମ୍ବାର ଅଭିଯୋଗ ସତ୍ୱେ କର୍ଣ୍ଣପାତ ନକରିବା, କଳାକାର ଭତ୍ତା ଅନିୟମିତତାର ସ୍ଥାୟୀ ସମାଧାନ କରାଯାଇ ସମସ୍ତ ବୟସ୍କ ଓ ଦୁଃଖି କଳାକାରଙ୍କୁ ନିୟମିତ ଭତ୍ତା ପ୍ରଦାନ କରାଯିବା, ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଞ୍ଜିକୃତ କଳାକାରଙ୍କୁ ଅଗ୍ରାଧିକାର ଓ ନାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାଯିବା, ଜିଲ୍ଲା ସଂସ୍କୃତି ପରିଷଦରେ ହୋଇଥିବା ଆର୍ଥିକ ହେରଫେରର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ବି.କେ.ଏସ.ଏସ. ଓ ଜି.କେ.ଏସ.ଏସ. ନୂତନ ଭାବରେ ଗଠନ କରାଯାଇ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା, ଜିଲ୍ଲାର ବିଭିନ୍ନ ବିଭାଗକୁ ଆସୁଥିବା ଜନ ସଚେତନତା କାର୍ଯ୍ୟକ୍ରମରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବ୍ଲକର ପଞ୍ଜିକୃତ କଳାକାରମାନଙ୍କ ଦ୍ୱାରା ପରିବେଷଣ ପୂର୍ବକ ନାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ପରିଷଦ ପକ୍ଷରୁ ତ୍ରିଲୋଚନ ନାଥ, ରବୀନ୍ଦ୍ର ମହାରଣା, ସୁବ୍ରତ କୁମାର ରାଉତ, ନିରାକାର ମହାରଣା, ହାଡିବନ୍ଧୁ ସିଂ, ଗୈାରାଙ୍ଗ ଚରଣ ନାୟକ, ଶଙ୍କର୍ଷଣ ନାଥ, ଦିଲ୍ଲିପ ନାଥ, ନିରଞ୍ଜନ ନାଥ, ଅଜୟ ନାଥ, ଧ୍ରୁବ ଚରଣ ନାଥ, ବିପିନ ବିହାରି ନାଥ, କୁଳମଣି ବେହେରା, ସନାତନ ସ୍ୱାଇଁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।