ଜିଲ୍ଲା କାର୍ଯ୍ୟାଳୟରେ କର୍ମଚାରୀ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ କର୍ମଚାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୋରନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ସମସ୍ତ କର୍ମଚାରୀ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତକୁ ପରିଷ୍କାର ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ । କୋରନା ସଂକ୍ରମଣ ଯୋଗୁ ବିଗତ ୨ବର୍ଷ ଧରି କର୍ମଚାରୀ ବୈଠକ ଅନୁଷ୍ଠିତ ହୋଇପାରିନଥିଲା । ବୈଠକ ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ମାସ୍କ ପରିଧାନ ପାଇଁ ପ୍ରବର୍ତ୍ତାଇବା ଏବଂ ତାଙ୍କ ଅଭିଯୋଗକୁ ସହୃଦୟତାର ସହ ଶୁଣି ତାର ଆଶୁ ସମାଧାନ ପାଇଁ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ସରକାରୀ କର୍ମଚାରୀ ଆଚାର ସଂହିତା ନିୟମକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ କର୍ମଚାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣା, ଉପଜିଲ୍ଲାପାଳ ନରଞ୍ଜନ ବେହେରା, ଡେପୁଟି କଲେକ୍ଟର ରାଜେନ୍ଦ୍ର କୁମାର ଆଚାର୍ଯ୍ୟ, ଡେପୁଟି କଲେକ୍ଟର ସୁଶାନ୍ତ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ, ଉପଅଧିକାରୀ, ବରିଷ୍ଠ ରାଜସ୍ୱ ସହାୟକ ଏବଂ କନିଷ୍ଠ ରାଜସ୍ୱ ସହାୟକମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ