ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ବ୍ରହ୍ମପୁର (ଅନିଲ କୁମାର): ଚଳିତ ଖରିଫ ଚାଷ ପାଇଁ ଆବଶ୍ୟକ ପରିମାଣର ସାର ଯୋଗାଣ ଓ କଳାବଜାରୀ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଏହି ଦାବିନେଇ ବୁଧବାର କିଷାନ କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ସଭାପତି ବୃନ୍ଦାବନ ଖଟେଇ, ପୀତବାସ ପଣ୍ଡା, ବିଚିତ୍ରାନନ୍ଦ ବେବର୍ତ୍ତା, ପ୍ରମୋଦ କୁମାର ଜେନା, ଭୋକାଲୀ ସେଠୀ, ସୁବାସ ଚନ୍ଦ୍ର ବେହେରା, ସାଇ ପ୍ରସାଦ ପାତ୍ର, ସଂଗ୍ରାମ ରାଉତ, ଶ୍ରୀକାନ୍ତ ପାତ୍ର, ପ୍ରସନ୍ନ ସାହୁ, ପର୍ଶୁରାମ ପାତ୍ର ଓ ବନମାଳୀ ସାହୁ ପ୍ରମୁଖ ଯୋଗଦେଇଥିଲେ ।


