ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସବ ଜୁନିୟର ବାଳକ ବକ୍ସିଂ ଚୟନ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ଜିଲ୍ଲା କ୍ରୀଡା ସଂସଦ ତରଫରୁ ସବ ଜୁନିୟର ବାଳକ ବକ୍ସିଂ ଚୟନ ଆସନ୍ତା ଜୁନମାସ ୨୩ ତାରିଖରେ ବ୍ରହ୍ମପୁର ଷ୍ଟାଡିୟମ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ରାଜ୍ୟ ବକ୍ସିଂ ପ୍ରତିଯୋଗିତା ଆସନ୍ତା ୨୭ ତାରିଖରେ କଟକ ବାରବାଟି ଷ୍ଟାଡିୟମ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାକୁ ହେଲେ ପ୍ରତିଯୋଗୀଙ୍କୁ ୨୦୦୫ ମସିହା ଜାନୁୟାରୀ ୧ ତାରିଖ ଠାରୁ ୨୦୦୬ ମସିହା ଡିସେମ୍ବର ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ । ଉତ୍ସାହୀ ପ୍ରତିଯୋଗୀ ଆସନ୍ତା ୨୩ତାରିଖ ଦିନ ସକାଳ ୬ରୁ୮ଟା ମଧ୍ୟରେ ନିଜର ଜନ୍ମଗତ ପ୍ରମାଣ ପତ୍ର , ମେଡିକାଲ ସାର୍ଟିଫିକେଟ ଏବଂ ଆଧାର କାର୍ଡ ଜିଲ୍ଲା କ୍ରୀଡା ସଂସଦର ବକ୍ସିଂ ସମ୍ପାଦକ ଶ୍ରୀ ପ୍ରଭାକର ରାଓ ଓ ଶ୍ରୀ ଅରକ୍ଷିତ ପାଣିଗ୍ରାହୀଙ୍କୁ ପ୍ରଦାନ କରିବା ସହ ପ୍ରତିଯୋଗୀ ଚୟନରେ ଭାଗନେଇପାରିବେ ।