ଜିଲ୍ଲା ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସୈାଜନ୍ୟମୂଳକ ସାକ୍ଷାତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଶରତ କୁମାର ବେହେରାଙ୍କ ନେତୃତ୍ୱରେ ନୂଆ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରି ଜିଲ୍‌ଲାର କେତେକ ମୈାଳିକ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ସେସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଏତଦ୍‌ବ୍ୟତିତ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ସାକ୍ଷାତ କରି ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ପଞ୍ଜିକରଣ ପାଇଁ ଉଦ୍ଦିଷ୍ଟ ସମସ୍ତ କାଗଜପତ୍ର ଦାଖଲ କରି ଏଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ସୁମନ୍ତ କୁମାର ରାଉତ, ସୁଶିଲ କୁମାର ସାମଲ, ଗୋଲେଖ ଚନ୍ଦ୍ର ପଢିହାରୀ, ଚନ୍ଦନ କୁମାର ପରିଡା, ବିଶ୍ୱଜିତ ରାୟ, ସଂଗ୍ରାମ କେଶରୀ ଜେନା, ରବୀନ୍ଦ୍ର କୁମାର ବଳ, ଡ. ଚୈତନ୍ୟ କୁମାର ପରିଡା, ମାନସ ରାଉତରାୟ, ଚିତ୍ତରଞ୍ଜନ ବଳ, ମକୁ ଦାସ, ଅମରବର ବିଶ୍ୱାଳ, ଭାଗୀରଥି ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ