ଜିଲ୍ଲା ଗ୍ରାମରୋଜଗାର ସେବକ ସଙ୍ଘର ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଓଡିଶା ଗ୍ରାମ ରୋଜଗାର ସେବକ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ବୈଠକ ଗୋଗୁଆ ସ୍ଥିତ ସାହୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ସଙ୍ଘର ସଭାପତି ଜ୍ୟୋତିରଞ୍ଜନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ଗ୍ରାମ ରୋଜଗାର ସେବକ ସଙ୍ଘର ଉପସଭାପତି ସଂଗ୍ରାମ କୁମାର ସିଂହ, ଜିଲ୍ଲା ସଙ୍ଘ ଉପସଭାପତି ଅଶୋକ କୁମାର ରାଉତ, ସମ୍ପାଦକ ପାରେଶ୍ୱର ରାୟଙ୍କ ସମେତ ଜିଲ୍ଲାର ସମସ୍ତ ଗ୍ରାମରୋଜଗାର ସେବକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସଙ୍ଘର ମୈାଳିକ ଦାବି ବିଷୟରେ ଆଲୋଚନା କରାଯାଇ ଆଗାମି ଦିନରେ କି କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ରାଜ୍ୟ ସଙ୍ଘର ଉପସଭାପତିଙ୍କ ଜରିଆରେ କେନ୍ଦ୍ରାପଡା ଜିଲ୍ଲାର ଗ୍ରାମରୋଜଗାର ସେବକ ଭାଇଭଉଣୀମାନେ ସେମାନଙ୍କର ମୈାଳିକ ସମସ୍ୟା ଯଥା ସ୍ଥାୟୀ ନିଯୁକ୍ତି, ଚାକିରୀ ସର୍ତ୍ତାବଳୀ ନିୟମ ପାଳନ ପ୍ରଭୃତି ଦାବି ଗୁଡିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ପାଇଁ ଜଣାଇଥିଲେ । ଆଗାମି ଦିନରେ ଏହି ଦାବି ଗୁଡିକ ପୁରଣ କରାଯିବାକୁ ସରକାରଙ୍କ ନିକଟରେ ଏହି ବୈଠକ ମାଧ୍ୟମରେ ଦାବି କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ସଭାପତି ଜ୍ୟୋତିରଞ୍ଜନ ପତି, ଉପସଭାପତି ଅଶୋକ କୁମାର ରାଉତ, ସମ୍ପାଦକ ପାରେଶ୍ୱର ରାୟ, ନିର୍ବାହୀ ସମ୍ପାଦକ ଗୁରୁ ପ୍ରସାଦ ନାୟକ, କୋଷାଧ୍ୟକ୍ଷ ସତ୍ୟ ପ୍ରକାଶ ପାଣି ଏବଂ କୋର କମିଟି ସଭ୍ୟ ଭାବରେ ମଲୟ ସାହୁ, ଜନ୍ମେଜୟ ପ୍ରଧାନ, ପାର୍ବତୀ ଓଝା, ଅଶୋକ କୁମାର ବରଜ, ଅପରାଜିତା ସାମଲ, ଜୀତେନ୍ଦ୍ର ନାଥ ମହାପାତ୍ର, ଅନନ୍ତ ସାମଲ, ପ୍ରଭାମୟୀ ବାରିକ, ମିତାଞ୍ଜଳି ପଟ୍ଟନାୟକ, ହିମାଂଶୁ ଶେଖର ମହାପାତ୍ର, ନିର୍ମଳ କୁମାର ବିଶ୍ୱାଳ ଓ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଜିଲ୍ଲା ସଙ୍ଘର ନୂତନ କର୍ମକର୍ତ୍ତା ଭାବେ ଚୟନ କରାଯାଇଥିଲା ।