ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାଇତ୍ଵ ନେଲେ ମହେଶ ଚନ୍ଦ୍ର ନାୟକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମହେଶ ଚନ୍ଦ୍ର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲାର ବିକାଶ ସକାଶେ ରାସ୍ତା ଘାଟ,ପାନୀୟ ଜଳ ଯୋଗଣ ଗମନାଗମନର ସୁବିଧା ଉପରେ ଗୁରୁତ୍ୱ ଦେବା ସହ ସରକାରଙ୍କ ଯୋଜନା ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ମିଶନ ଶକ୍ତି ଗୃହ,ହାଇସ୍କୁଲ ରୂପାନ୍ତିକରଣ  ଯେପରି ବିକାଶ ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେବେ ବୋଲି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୂଚନା ଥାଉକି ପୂର୍ବରୁ ଏହି ଦାଇତ୍ଵରେ ଅନାମ ଚରଣ ପାତ୍ର ରହିଥିବା ବେଳେ ପଞ୍ଚାଯତ ନିର୍ବାଚନରେ ବିଶୃଙ୍ଖଳା ପରିଚାଳନାକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଦାଇତ୍ଵ ମୁକ୍ତ କରିଥିଲେ , ତାଙ୍କ ପରେ ଲୋକନାଥ ଦଳ ବେହେରଙ୍କୁ ନିଯୁକ୍ତି ଦିଆ ଯାଇଥିଲା । ବର୍ତ୍ତମାନ ଏହି ଦାଇତ୍ଵ ମହେଶ ଚନ୍ଦ୍ର ନାୟକଙ୍କୁ ନିଯୁକ୍ତି ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ