ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାର କମିଟି ଆନୁକୁଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପୂର୍ବାହ୍ନରେ ରାଜଗୁରୁ ସାହିସ୍ଥିତ ରସିକରାଜ ମଠ(ଆପନ୍ନା ପରିଛା) ପରିସରରେ ଏକ ଉପଭୋକ୍ତା ସୁରକ୍ଷା ଓ ଅଧିକାର କର୍ମଶାଳା ଲିଙ୍ଗରାଜ ପାଣୀ ଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରିଥିବାବେଳେ ,ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାରୀ ପ୍ରଶାନ୍ତ ମିଶ୍ର,କାର୍ଯ୍ୟକାରିଣୀ ସଭାନେତ୍ରୀ ତନୁଜା ଶତପଥୀ,ପୌରାଞ୍ଚଳ ସଭାପତି ଭାଗବତ ପାଢ଼ୀ,ଯୋଗ ଦେଇ ଗ୍ରାହକର ଅଧିକାର ଏବଂ ସୁରକ୍ଷିତ ଗ୍ରାହକ ର ବିଭିନ୍ନ ଦିଗକୁ ଆଲୋଚନା କରିଥିଲେ।ଗ୍ରାହକ n ଜାଗିଲେ ସମାଜର ଉନ୍ନତି ଅସମ୍ଭବ କହିଥିଲେ। ମୁଖ୍ୟତଃ ଚାରି ଗୋଟି ସାଂପ୍ରତିକ ସମସ୍ୟାକୁ ଆଲୋଚନା କରାଯାଇ ଅତିରିକ୍ତ ପ୍ରସଙ୍ଗ ଗୁଡ଼ିକୁ ପରବର୍ତ୍ତୀ ସମୟରେ ଉପରିସ୍ଥ କତୃପକ୍ଷଙ୍କୁ ଅବଗତ କରାଯିବ। (୦୧.) ଇଲେକ୍ଟ୍ରୀ ଅନିୟମତା, (୦୨)ଗ୍ୟାସ୍, ୦୩)ବସ୍ ଟିକେଟ,(୦୪) କିରାଣି ଜିନିଷ ର କଳାବଜାର ଏବଂ ଠକେଇ ଉପରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପଠାଗଲା। ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାହକ ପୁରୋଧା ଶିଶିର ଭଞ୍ଜ,ମଠ ପରିଚାଳକ ମୁରଲୀ ଧର ପରିଚ୍ଛା ,ନିତ୍ୟାନନ୍ଦ ଚୌଧୁରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ।ନିତ୍ୟାନନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ