ଜିଲ୍ଲା ଜୁନିୟର ରେଡକ୍ରସର ସାବୁନ ଓ ମାସ୍କ ବଂଟନ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ଜୁନିୟର ରେଡକ୍ରସ ସଂସ୍ଥାର ସଂପାଦକ ଭାଗ୍ୟଲକ୍ଷ୍ମୀ ପାଲଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଲକ ଜୁନିୟର ରେଡକ୍ରସ ସଂସ୍ଥା ପକ୍ଷରୁ ଖଇରାବସ୍ତ ମୁଣ୍ଡାସାହି, ବ୍ଲକଛକସ୍ଥିତ ଆଶ୍ରା ଜରାଶ୍ରମ ଓ ଅଙ୍ଗେଶ୍ୱରପଡାସ୍ଥିତ ଆଦିବାସୀବସ୍ତିରେ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ମାସ୍କ ଓ ସାବୁନ ଆଦି ବଂଟନ କରାଯାଇଛି । ଏହା ସହିତ ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ସାବୁନ ତଥା ହ୍ୟାଣ୍ଡ ୱାସରେ ହାତ ଧୋଇବା, ଉଷୁମ ପାଣି ବ୍ୟବହାର କରିବା ସହିତ ସବୁ ଦୃଷ୍ଟିରୁ ସତର୍କ ରହିବା ପାଇଁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିୟର ରେଡକ୍ରସ ସଂସ୍ଥାର ଉପଦେଷ୍ଟା ବିଜୟ କୁମାର ରଥ, ଜିଲ୍ଲା ସାଧନ କର୍ମୀ ତଥା ଓଷ୍ଟା ସଭାପତି ନିରଂଜନ ମହାନ୍ତି, ଅଲଣାହାଟ ହାଇସ୍କୁଲର ପ୍ରଧାନଶିକ୍ଷକ କଳ୍ପତରୁ ସ୍ୱାଇଁ, ଶିକ୍ଷକ ଅମୁଲ୍ୟ ମିଶ୍ର, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ପରାମର୍ଶଦାତା ସୁକାନ୍ତ କୁମାର ଲେଙ୍କା, ଓଷ୍ଟା ବ୍ଲକ ସଂପାଦକ ହିମାଂଶୁ ମହାନ୍ତି, ବାସୁଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଂଜନ ମହାନ୍ତି, ପରାମର୍ଶଦାତା ପ୍ରଭାକର ସାହୁ ଓ ଶିକ୍ଷକ ଉଲ୍ଲାସ ରାୟ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ