ଜିଲ୍ଲା ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ବିଭାଗ ନୂତନ ଗୃହକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଇଛାପୁର ନିକଟସ୍ଥ ଶ୍ୟାମଗୁଡିଆଠାରେ ନବ ନିର୍ମିତ ନୂତନ ଗୃହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ବିଭାଗର ବର୍ହିଃବିଭାଗ ଶନିବାର ସ୍ଥାନାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ, ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଅଧିକ୍ଷକ ଡା. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିତାନନ୍ଦ ମିଶ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡା. କର୍ଣ୍ଣ ନାୟକ, ଶଲ୍ୟ ଚିକିତ୍ସକ ଡା. ବି.କେ. ଦାସ, ଭେଷଜ ବିଶେଷଜ୍ଞ ଡା. ସଞ୍ଜିତ ସେଠୀ, ଡି.ପି.ଏମ. ଗୀତାଞ୍ଜଳି ଦାସ, ଡାକ୍ତରଖାନା ପରିଚାଳକ ପ୍ରଭାତ କୁମାର ନାୟକ, ସୁନିତା ପ୍ରଧାନ, ସହକାରୀ ମାଟ୍ରୋନ ପ୍ରିୟତମା ବଳ, ଫାର୍ମାସିଷ୍ଟ୍‌, ଲ୍ୟାବରୋଟୋରି ଟେକ୍ନିସିଆନ ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ