ଜିଲ୍ଲା ଦୌରାଜଜଙ୍କ ଦିଗପହଣ୍ଡି କୋର୍ଟ ପରିଦର୍ଶନ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ବୁଧବାର ଦିନ ଦିଗପହଣ୍ଡି ଜେଏମଏଫସି କୋର୍ଟ ପରିଦର୍ଶନ କରିଛନ୍ତି।ପୂର୍ବାହ୍ନରେ ସେ କୋର୍ଟ ହଲରେ ଉପସ୍ଥିତ ରହି ଜେଏମଏଫସି ପ୍ରିୟଦର୍ଶିନୀ ତ୍ରିପାଠୀଙ୍କ ସାକ୍ଷ୍ଯ ଗ୍ରହଣ ପ୍ରକ୍ରିୟା ଓ କୋର୍ଟ କାର୍ଯ୍ୟ ପରିଚାଳନା ଶୈଳୀ ନୀରିକ୍ଷଣ କରିଥିଲେ।ପରେ ଓକିଲ ସଂଘର ଅନୁରୋଧ କ୍ରମେ ସଂଘ କାର୍ଯ୍ଯାଳୟରେ ପହଞ୍ଚି ସବଜଜ୍ କୋର୍ଟ ଖୋଲିବା ବିଷୟ ଉପରେ ଆଲୋଚନା କରିଥିଲେ।ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.କାର୍ତ୍ତିକେଶ୍ବର ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀ ସ୍ବରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଶୀଘ୍ର କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସଂଘ କାର୍ଯ୍ଯାଳୟକୁ କୋର୍ଟ ଢାଞ୍ଚାରେ ରୂପାନ୍ତରିତ କରିବାକୁ କହିଥିଲେ।ଏହା ପରେ ଜିଲ୍ଲାଜଜ୍ ଚୌଧୁରୀ ଦିଗପହଣ୍ଡି ସବଜେଲ୍ ପରିଦର୍ଶନ କରିବା ସହ ଦିଗପହଣ୍ଡି କୋର୍ଟର ନୂତନ ସ୍ଥାୟୀ କୋଠା ପାଇଁ ନିରୂପିତ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ ମଧ୍ୟ କରିଥିଲେ।ଜିଲ୍ଲାଜଜଙ୍କ ସହ ଆଲୋଚନା ସମୟରେ ସଂଘ କର୍ମକର୍ତ୍ତାଙ୍କ ସହ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ