ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ର ସମୀକ୍ଷା,ପ୍ରତି ସହରାଚଂଳ ଆବର୍ଜନା ମୁକ୍ତ ସହର ଉପରେ ଗୁରୁତ୍ୱ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଜିଲା ନଗର ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୨/୨୩ ନିମନ୍ତେ ୧୬ ଟି ଏନଏସି ଓ ହିଞ୍ଜିଳି ମୁନିସିପାଲଟି ର ପରିମଳ ବିଶେଷଜ୍ଞ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଡୁଡା ପିଡି ନୀଳମାଧବ ଭୋଇ ଅଧ୍ୟକ୍ଷ୍ୟତା କରିଥିଲେ । ସ୍ୱଚ୍ଛ ସର୍ଭେକ୍ଷଣ ପାରାମିଟର ପାଇଁ ଯାହା ସବୁ ଡକୁମେଂଟ ଦରକାର ତାହା କିପରି ସଠିକ ଭାବେ ଅପଲୋଡ କରାଯାଉଛିକି ନାହିଁ ତାହା ପଚାରି ବୁଝିଥିଲେ । ଜିଲାର ସମସ୍ତ ସହରାଚଂଳରେ ସକାଳ ଏବଂ ରାତ୍ର ସମୟରେ ସଫେଇ ହେଉଛି । କିଛି ସ୍ଥାନରେ ସଂଧ୍ୟା ସମୟରେ କରାଯାଉଛି ଏହା ନକରି ରାତ୍ର ୯ ପରେ ସଫେଇ କରିବାକୁ କୁହାଯାଇଛି । ସମସ୍ତ ସହରାଚଂଳ ଗୁଡିକ ଅର୍ବଜନା ମୁକ୍ତ ସହର କିପରି ହୋଇପାରିବ ସେଥିପ୍ରତି ଧ୍ୟାନ ଦେଇ କାମ କରିବାକୁ ପଡିବ । ଯେଉଁ ସବୁ ଡ୍ରେନ ରହିଛି ସେଠାରେ ଯଦି ଢାଙ୍କୁନି ନାହିଁ ତାର ବ୍ୟବସ୍ଥା କରିବା ସହ ଭାଙ୍ଗି ଯାଇଥିବା ଡ୍ରେନ ଗୁଡିକର ମରାମତି କରିବାକୁ କରିବାକୁ କୁହାଯାଇଛି । ସଫେଇ ସମୟରେ ଯେଁ ସବୁ ଅଳିଆ ଆବର୍ଜନା ବାହାରୁଛି ସେଗୁଡିକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଂଟ ନିକଟରେ ପକାଯିବ ଏଣେତେଣେ ନପକାଇବାକୁ କୁହାଯାଇଛି । ମଳ ବାହାର କରୁଥିବା ସରକାରୀ ଗାଡି ହେଉ କି ବେସରାକରୀ ଗାଡି ହେଉ ମଳ ସଂଗ୍ରହ କରିବା ପରେ ତାହା ମଳ ଉପଚାର ପ୍ଲାଂଟ ରେ ପକାଇବେ । ଯେଉଁ ସବୁ ବେସରାକରୀ ଗାଡି ମଳ ସଂଗ୍ରହ କରୁଛନ୍ତି ସେମାନେ ଏନଏସିରେ ପଞ୍ଜିକରଣ କରିବେ । ଯେଉଁ ସବୁ ଅଚଂଳରୁ ମଳ ସଂଗ୍ରହ କରାଯାଉଛି ସେଠାକାର ସ୍ୱଛ ସାଥି ଓ ସୁପର ଭାଇଜର ଏହାକୁ ଟ୍ରାକିଂ କରିବେ ଓ ଏନଏସି ନିର୍ବାହି ଅଧିକାରୀଙ୍କୁ ଅବଗତ କରାଇବେ । ୟୁଜର ଫି ଆଦାୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ପ୍ରତି ୱାର୍ଡରେ ହେଉଥିବା ୱାର୍ଡ କମିଟି ବୈଠକରେ ଲୋକମାନଙ୍କୁ ସଚେତନତା କରିବାକୁ କୁହାଯାଇଛି । ଏହାସହ ଡ୍ରେନ କିମ୍ବା ରାସ୍ତା ଉପରେ ଅଳିଆ ଆବର୍ଜନା ନପକାଇବା ,ରାସ୍ତା କିମ୍ବା ଡ୍ରେନ ଉପରେ ବାଲି,ପଥର ନ ରଖିବା ଉପରେ ପ୍ରତି ଏନଏସିରେ ୫ଜଣିଆ ଏନ୍‌ଫୋର୍ସମେଂଟ ସ୍କୱାର୍ଡ ଗଠନ କରି ଉକ୍ତ ସ୍ଥାନକୁ ଯାଇ ପ୍ରଥମେ ଲୋକଙ୍କୁ ସଚେତନତା କରିବାକୁ କୁହାଯାଇଛି । ମୋ କ୍ଷତ ଯେପରି ଅଧିକରୁ ଅଧିକ ଉତ୍ପାଦନ ହେବା ସହ ବିକ୍ରି କରି ଅଧିକରୁ ଅଧିକ ରାଜସ୍ୱ ଆଦାୟ ଉପରେ ବୈଠକରେ କୁହାଯାଇଛି । ଏହି ବୈଠକରେ ୧୬ ଟି ଏନଏସି ଓ ହିଞ୍ଜିଳି ମୁନିଷିପାଲଟିର ପରିମଳ ବିଶେଷଜ୍ଞ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ