ଜିଲ୍ଲା ନେତା ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ ନେତୃତ୍ୱଙ୍କୁ ଟୁଇଟ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ଭାରତୀୟ ଜନତା ପାର୍ଟିର ହରିଜନ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ମନୋଜ କୁମାର ବେହେରା ବିଜେପିର ଜିଲ୍ଲା ନେତା ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ରାଜ୍ୟ ନେତୃତ୍ୱଙ୍କୁ ଟୁଇଟ କରିଥିବା ଜଣାଯାଇଛି. ଏହା ପରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଂଗଠନ ଭିତରେ ଭିତିରିଆ ଚର୍ଚ୍ଚା ଶୁଣିବାକୁ ମିଳୁଛି. ମନୋଜ ଙ୍କ ଅଭିଯୋଗ ମୁତାବକ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ୨୦୧୧ ମସିହାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ଯାଳୟରେ ପାର୍ଟିରେ ବହୁ କାର୍ମକର୍ତ୍ତା ନେଇ ସେ ସାମିଲ ହେବା ପରେ ପାର୍ଟିର ନିର୍ଦ୍ଧେଶ ଅନୁସାରେ ସମସ୍ତ କାର୍ଯ୍ଯକ୍ରମରେ ସାମିଲ ହୋଇ ବୁଥ ,ମଣ୍ଡଳ, ଯୁବ ମୋର୍ଚ୍ଚା, ମିଡିଆ ସେଲ, ଏବେ ଜିଲ୍ଲା ହରିଜନ ମୋର୍ଚ୍ଚାରେ ଦାଇତ୍ବ ତୁଲଉଛି. କିନ୍ତୁ ଦୁର୍ଭାଗ୍ଯ ଅନ୍ଯ ଦଳର ନେତାଙ୍କୁ ଆମଦାନୀ କରି ବିଜେପି ପାର୍ଟିରେ ଟିକେଟ ଦେଲା ପରେ ମଧ୍ଯ ପାର୍ଟିର ନିର୍ଦେଶକୁ ମାନି ପାର୍ଟି ପାଇଁ ଦୀର୍ଘ ବର୍ଷ ଧରି କାମ କରି ଆସୁଛନ୍ତି. ୨୦୨୪ ନିର୍ବାଚନରେ ଆଗଧାଡିରେ ରହି ପାର୍ଟି ପାଇଁ ପାର୍ଟିର ନିର୍ଦ୍ଧେଶ ଅନୁସାରେ ଦାଇତ୍ବ ତୁଲାଇ ଛନ୍ତି. ୨୦୨୪ ନିର୍ବାଚନରେ ସମସ୍ତ ବିଧାୟକ ଓ ସାଂସଦ ଜିଲ୍ଲାରେ ଜିତି ରାଜ୍ୟରେ ସରକାର ଗଠନ କରିବା ପରେ ମଧ୍ୟ ଜିଲ୍ଲା ନେତା ମନ୍ତ୍ରୀ ମାନେ କର୍ମକର୍ତ୍ତାଙ୍କୁ ଅଣଦେଖା କରିଆସୁଛନ୍ତି. ଏଠି ଜିଲ୍ଲା ସଭାପତି କିଛି ବୁଝୁଛନ୍ତି ନା ନେତା ମନ୍ତ୍ରୀ, ଏଣୁ ଏହି ଅଭିଯୋଗ ସେ ଟୁଇଟ ମାଧ୍ୟମରେ ରାଜ୍ୟ ନେତୃତ୍ୱଙ୍କୁ ଜଣାଇଥିବାର କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ