ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଲା ବୁଲେରୋ ପୋଲିସର ତଦନ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ଥାନା ଅନ୍ତର୍ଗତ ବ୍ରହ୍ମପୁର – ରାୟଗଡ଼ା ରାସ୍ତାର ମୌଳାଭଞ୍ଜା ଗ୍ରାମ ନିକଟରେ ମଙ୍ଗଳବାର ଅପରାହ୍ନ ୫ ଘଣ୍ଟା ସମୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକଙ୍କ ଗାଡ଼ିକୁ ଏକ ବୁଲେରୋ ଧକ୍କା ଦେଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଦିଗପହଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିତଦନ୍ତ ଚଳାଇଥିବା ଜଣାପଡ଼ିଛି । ଖବର ପ୍ରକାରେ ମଙ୍ଗଳବାର ଅପରାହ୍ନ ୫ ଘଣ୍ଟା ସମୟରେ ଅଧିକାରୀ ଜଣକ ନିଜ ଗାଡ଼ି ଯୋଗେ ଛତ୍ରପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିବା ସମୟରେ ଉକ୍ତ ସ୍ଥାନରେ ବିପରୀତ ଦିଗରୁ ଆସୁଥିବା ଏକ ବୁଲେରୋ ମଧ୍ୟରେ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ପରେ ଅଧିକାରୀ ଜଣକ ଗାଡ଼ିର ସମ୍ମୁଖ ପାଖ ଭାଙ୍ଗି ଯାଇଥିବା ବେଳେ ବୁଲେରୋ ଗାଡ଼ିଟି ରାସ୍ତା ପାର୍ଶ୍ବକୁ ଖସି ଯାଇଥିଲା । ଖବର ପାଇବା ପରେ ସାନଖେମୁଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଅପରପକ୍ଷରେ ପୋଲିସ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ