ଜିଲ୍ଲା ପରିଷଦର ୭ଟି ସ୍ଥାଇ (ଷ୍ଟାଣ୍ଡିଂ) କମିଟି ଗଠିତ
କେନ୍ଦ୍ରାପଡା – ପଂଚମ ଜିଲ୍ଲା ପରିଷଦର ୭ଟି ସ୍ଥାଇ (ଷ୍ଟାଣ୍ଡିଂ) କମିଟି ଗଠନ କରାଯାଇଛି । ପ୍ରଥମ ସ୍ଥାଇ କମିଟି (ଯୋଜନା,ଅର୍ଥ,ଦାରିଦ୍ୟ ନିରୋଦ ଯୋଜନା ଓ ସମନ୍ୱୟ ସ୍ଥାଇ କମିଟି)ର ସଭାପତି ଭାବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ରହିଥିବା ବେଳେ ସଦସ୍ୟ ଭାବରେ କଳ୍ପନା ମହାପାତ୍ର, ସ୍ୱପ୍ନାରାଣୀ ଖଣ୍ଡାଇ, ଜଗନ୍ନାଥ ରାଉତରାୟ ଓ ସୁମନ୍ତ ରାଉତଙ୍କୁ ରଖାଯାଇଛି । ଦ୍ୱିତୀୟ ସ୍ଥାଇ କମିଟି(କୃଷି, ପଶୁପାଳନ, ମୃତିକା ସଂରକ୍ଷଣ, ଉଦ୍ୟାନ କୃଷି, ଜଳାଶୟ ବିକାଶ ଓ ମତ୍ସ୍ୟ ଚାଷ ସ୍ଥାଇ କମିଟି) ର ସଭାପତି ଭାବେ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ ରହିଥିବା ବେଳେ ସଦସ୍ୟ ଭାବରେ ନାରଦ ବିଶ୍ୱାଳ, ମନୋରମା ସାହୁ, ସାରଥୀ ଦାସ ଓ ଦେବଦତ୍ତ ଚୈାଧୁରୀଙ୍କୁ ରଖାଯାଇଛି । ତୃତୀୟ ସ୍ଥାଇ କମିଟି (ନିର୍ମାଣ କାର୍ଯ୍ୟ, ଜଳସେଚନ, ବିଦ୍ୟୁତ ଶକ୍ତି, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ପରିମଳ ସ୍ଥାଇ କମିଟି) ର ସଭାପତି ଭାବରେ ଜିଲ୍ଲା ପରିଷଦର ଉପସଭାପତି ସୁମିତ୍ରା ସାହୁ ରହିଥିବା ବେଳେ ସଦସ୍ୟ ଭାବେ ଧନରଞ୍ଜନ ବୋଷ, ରେଶମୀ ଚକ୍ରବର୍ତ୍ତୀ, ଜ୍ୟୋସ୍ନାରାଣୀ ଜେନା ଓ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ରଖାଯାଇଛି । ଚତୁର୍ଥ ସ୍ଥାଇ କମିଟି (ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ସ୍ଥାଇ କମିଟି) ର ସଭାପତି ଭାବରେ ନଳିନୀପ୍ରଭା ଚୈାଧୁରୀ ରହିଥିବା ବେଳେ ସଭ୍ୟ ଭାବରେ ସୁମନ୍ତ ରାଉତ, ସବିତା ସେଠୀ, ପ୍ରଦୀପ୍ତ ଗାହାଣ ଓ ଦେବାଶିଷ ଦାସ ରହିଛନ୍ତି । ପଂଚମ ସ୍ଥାଇ କମିଟି (ସାଧାରଣ ବଂଟନ ବ୍ୟବସ୍ଥା, ଦୁର୍ବଳ ଶ୍ରେଣୀ ବିକାଶ, ଜଙ୍ଗଲ ଜାଳେଣୀ, ଗୋଖାଦ୍ୟ ଓ ଘାସଚାଷ ସ୍ଥାଇ କମିଟି)ର ସଭାପତି ଭାବରେ ସୁମନ୍ତ ରାଉତ ରହିଥିବା ବେଳେ ସଭ୍ୟ ଭାବରେ ଜୟଦେବ ଦାସ, ମାଧବୀଲତା ହାଲଦାର, ନଳିନୀପ୍ରଭା ଚୈାଧୁରୀ ଓ ପ୍ରଦୀପ୍ତ ଗାହାଣ ରହିଛନ୍ତି । ଷଷ୍ଠ ସ୍ଥାଇ କମିଟି(ହସ୍ତ ଶିଳ୍ପ, କୁଟୀର ଶିଳ୍ପ, ଖାଦ୍ୟ ଓ ଗ୍ରାମ୍ୟଉଦ୍ୟଗ ଏବଂ ଗୃହ ନିର୍ମାଣ ସ୍ଥାଇ କମିଟି)ର ସଭାପତି ଭାବେ ପୁର୍ଣ୍ଣିମା ମଲ୍ଲ ରହିଥିବା ବେଳେ ସଭ୍ୟା ଭାବରେ ସତ୍ୟଭାମା ମଲ୍ଲିକ, ସୁମନ୍ତ ରାଉତ, ସାଗରିକା ମଲ୍ଲିକ, ଅହଲ୍ୟା ଲେଙ୍କା ରହିଛନ୍ତି । ସେହିଭଳି ସପ୍ତମ ସ୍ଥାଇ କମିଟି(ଶିକ୍ଷା, କ୍ରୀଡା ଓ ସଂସ୍କୃତି ସ୍ଥାଇ କମିଟି)ର ସଭାପତି ଭାବେ ରବିନ୍ଦ୍ର ସେଠୀ ରହିଥିବା ବେଳେ ସଭ୍ୟା ଭାବରେ ପିକରାଣୀ ହୋତା, ସନ୍ତୋଷ କୁମାର ଜେନା, ରବିନ୍ଦ୍ର କୁମାର ସେଠୀ ଓ ସୁଜାତା ରାଉତରାୟ ରହିଥିବା ଜିଲ୍ଲା ପରିଷଦର ସଭାପତି ଶ୍ରୀ ପରିଡା ସୂଚନା ଦେଇଛନ୍ତି ।