ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡିର ବାଜିମାତ୍‌

ବଲାଙ୍ଗୀର,(ସୁଜିତ କୁମାର ମେହେର): ବେଲପଡା ବ୍ଲକ 26 ନମ୍ବର ଜିଲ୍ଲାପରିଷଦ ଜୋନ୍ ଉପନିର୍ବାଚନରେ ବିଜେଡି ବାଜିମାତ କରିଛି। ବିଜେପି ମୁହଁରୁ ବିଜେଡି ବିଜୟ ଛଡାଇ ନେଇଛି। ବିଜେଡି ପ୍ରାର୍ଥୀ ବିଶ୍ଵାମିତ୍ର ବିଶି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ କୁନୁ ମୁଣ୍ଡାଙ୍କୁ 4 ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।ବିଜେଡିର ବିଶ୍ବାମିତ୍ର ବିଶି 10,193 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର କୁନୁ ମୁଣ୍ଡା 5889 ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କୋଶଲ ସମର୍ଥିତ ପ୍ରାର୍ଥୀ ଗୁଣନିଧୀ ବର୍ଗେ 1524 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ଦଳର ଗଣ୍ଡାରାମ ବିଶ୍ବାଳ 503 ଖଣ୍ଡ ଭୋଟପାଇ ଚାରି ନମ୍ବରକୁ ଖସିଛି।22 ତାରିଖ ଉପନର୍ବାଚନ ଶେଷ ହୋଇଥିବା ବେଳେ ବୁଧବାର ବେଲପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣତି କରାଯାଇଥିଲା। ମୋଟ 6ଟି କାଉଣ୍ଟରରେ 19 ରାଉଣ୍ଡ ଗଣତି ହୋଇଥିଲା। ତେବେ ଦଳର ଏହି ବିଜୟ ପରେ ପାଟଣାଗଡ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଯୋଗ୍ୟ ଯେ, 26 ନଂ ଜୋନର ବିଜେପି ଜିଲ୍ଲା ପରିଷଦ ସଭ୍ୟ ନାଜର ବର୍ଗେଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ