ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁଙ୍କ ସ୍ମୃତିସଭା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ୧ ନମ୍ବର ଜୋନର୍ ଜିଲ୍ଲା ପରିଷଦ ସଭ୍ୟ ତଥା ଜଗତସିଂହପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଗଳଦାରୀ ପଂଚାୟତ ଅନ୍ତର୍ଗତ ଗଳଦାରୀ ଗ୍ରାମସ୍ଥିତ ବାସଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବ୍ଲକ ୨ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ନାଉଗାଁ ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ, ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ ପାଢୀ, ଜିଲ୍ଲା ବିଜେଡି ଉପସଭାପତି ପ୍ରଦିପ୍ତ ସ୍ୱାଇଁ, ଜିଲ୍ଲା ଯୁବ ସଭାପତି ସୌମ୍ୟଜିତ ମହାପାତ୍ର, ନାଉଗାଁ ବ୍ଲକ ସାଂସଦ ପ୍ରତିନିଧି ଅଜୟ ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତଃ ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଳଦାରୀ ପଂଚାୟତର ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ, ବିଜେଡି ସଭାପତି ଦିଲ୍ଲିପ କୁମାର ନାୟକ, ଡମ୍ବୁରଧର ବସ୍ତିଆ, ଯୁବନେତା ଅଙ୍ଗଦ କୁମାର ନାୟକ,ବିଜୁ ଛାତ୍ର ଜନତା ଦଳର ଡିଜିଟାଲ ସଂପାଦକ ମନୋଜ କୁମାର ମହାନ୍ତି, ପଂଚାୟତ ବିଜୁ ଛାତ୍ର ଜନତା ଦଳର ସଭାପତି ଅମରଜିତ ସ୍ୱାଇଁଙ୍କ ସମେତ ବହୁ ଯୁବ ଓ ଛାତ୍ର ନେତୃ ମଣ୍ଡଳୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ