ଜିଲ୍ଲା ପରିଷଦ ସଭାପତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୫ହଜାର ଟଙ୍କା ଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା କରୋନା ମିକାବିଲା ନିମନ୍ତେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ କୋଭିଡ-୧୯ ସ୍ୱତନ୍ତ୍ର ରିଲିଫ ପାଣ୍ଠିକୁ ୫୫ହଜାର ଟଙ୍କା ଦାନ କରିଛନ୍ତି । ସଭାପତି ଶ୍ରୀ ପରିଡା ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏହି ଅର୍ଥର ଏକ ଚେକ ମ ୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ । ଏହି ଚେକ ପ୍ରଦାନ ସମୟରେ ସମାଜସେବୀ ରବିନ୍ଦ୍ର କୁମାର ପରିଡା, ଜୟ ପ୍ରକାଶ ଗିରୀ, ବଳରାମ ପରିଡା, ରୋସ୍ôନା ସାହୁ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।