ଜିଲ୍ଲା ପରିଷଦ ସଭ୍ୟଙ୍କ ଅକାଳ ବିୟୋଗ କୁ ବିଜେପି ରାଜନୈତିକ ରଙ୍ଗ ଦେଉଛି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ ନଂଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ଅକାଳ ବିୟୋଗ ଘଟିଛି। ଏହା ନିମାପଡ଼ା – ଗୋପ ବିଜେଡ଼ିଦଳ ପାଇଁ ଅପୂରଣୀୟ କ୍ଷତି। କିନ୍ତୁ ବିଜେପି ଦଳ ଅଯଥାରେ ଏହି ଘଟଣା ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ବଦନାମ କରି ଏହାକୁ ରାଜନୈତିକ ରଙ୍ଗ ଦେଉଥିବାରୁ ଏହା ଅତ୍ୟନ୍ତ ଦୁଃଖ ଓ ପରିତାପ ବିଷୟ ବୋଲି ନିମାପଡ଼ା ବ୍ଲକ ବିଜେଡ଼ି ସଭାପତି ଅଶୋକ କୁମାର ସାହୁ, ନିମାପଡା ଏନ ଏ ସି ସଭାପତି ଜୀବନାନନ୍ଦ ମହାପାତ୍ର, ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। ବିଧାୟକ ଶ୍ରୀ ଦାଶ ଙ୍କ ଚରିତ୍ର ଆଉ ତାଙ୍କ ନିର୍ମଳ ଭାବମୂର୍ତ୍ତି ସଂପର୍କ ରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଜନ ସାଧାରଣ ଭଲ ଭାବ ରେ ଜାଣିଛନ୍ତି। ବିରୋଧୀ ବିଜେପି ଦଳ ଯେଉଁ ଅପପ୍ରଚାର କରୁଛି ଖୁବ କମ ଦିନ ମଧ୍ୟରେ ତାହା ସ୍ପଷ୍ଟ ହୋଇଯିବ ବୋଲି ଏହି ନେତା ମାନେ କହିଛନ୍ତି।