ଜିଲ୍ଲା ପାଲାକାର ସମ୍ମିଳନୀ ୧୦ରେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଜିଲ୍ଲା ପାଲାକାର ଓ ହାଟଡିହି ବ୍ଲକର କଳାକାର ମାନଙ୍କୁ ନେଇ ଆସନ୍ତା ୧୦ତାରିଖରେ ମରୈଗାଁ ରଜ ମହୋତ୍ସବ ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବହୁ ପ୍ରାଜ୍ଞି, ବିଜ୍ଞ ଓ ସାହିତ୍ୟିକ ମାନେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟକ୍ରମର ଚୁଡାନ୍ତ ରୁପରେଖ ଦିଆଯାଇଛି । ଏହାକୁ କିପରି ଅଧିକ ସରଶ ସୁନ୍ଦର କରାଯିବ ସେନେଇ ଆଲୋଚନା କରାଯିବା ସହ କେତେକ ପାଲା ମଞ୍ଚକୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାଲାକାର ଓ କଳାକାର ମାନେ ନିଜ ନିଜ ନାମକୁ ପଞ୍ଜିକୃତ କରିବା ସହିତ ଦେୟ ପୈଠକ କରି ପ୍ରମାଣପତ୍ର ଗ୍ରହଣ କରିବାକୁ ନିଷ୍ପତି ହୋଇଥିବା ପାଲାକାର ପରିଷଦର ସଭାପତି ଅଧିକାରୀ ନାୟକ ଓ ସମ୍ପାଦକ ବିଦ୍ୟାଧର କବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ