ଜିଲ୍ଲା ପୋଲିସ ପକ୍ଷରୁ ସହରର ବସ୍ତି ଅଚଂଳରେ ଶୁଖିଲା ଖାଦ୍ୟ ବୀତରଣ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପୋଲିସ ପକ୍ଷରୁ ଶନିବାର ପୈାରାଚଂଳ ଅନ୍ତର୍ଗତ ବିଭିନ୍ନ ବସ୍ତି ଅଚଂଳରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଆରକ୍ଷୀ ଅଧିକ୍ଷକ ନୀତି ଶେଖର ପୈାରାଚଂଳ ଅନ୍ତର୍ଗତ ନସଡିପୁର,ଚକଡା ଓ ଶ୍ୟାମଗୁଡିଆ ମୈାଜାର ବସ୍ତି ଗୁଡିକରେ ଥିବା ଦରିଦ୍ର‌୍ୟ,ଗରୀବ, ଦିନମଜୁରିଆ ତଥା ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ଯଥା ବିସ୍କୁଟ ଓ ଚୁଡା ସମେତ ମାସ୍କ ବୀତରଣ କରି କୋଭିଡ -୧୯ ଅନ୍ତର୍ଗତ ସାମାଜିକ ଦ୍ୱରତା ରକ୍ଷା କରିବା, ଅତ୍ୟନ୍ତ ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବା,ମାସ୍କ ପିନ୍ଧିବା ଇତ୍ୟାଦି ବିଷୟରେ ସଚେତନ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଓ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ପ୍ରମୁଖ ମଧ୍ୟ ସେହିସବୁ ଅଚଂଳରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖର ଏବଂ ଏସଡିପିଓ ଶ୍ରୀ ପଣ୍ଡା ଲୋକମାନଙ୍କୁ ମାସ୍କ ପିନ୍ଧାଇ ଦେଇ ସେମାନଙ୍କୁ ତାହାର ବ୍ୟବହାର ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ,ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲିଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ