ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସାଇବର ଅପରାଧ, ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ହୋଇଥ‌ିବା ସାଇବର ଅପରାଧ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଆମ ସମାଜ ତଥା ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ସୁରକ୍ଷା ଅଭିଯାନ ଏବଂ ସଚେତନତା ନିମିତ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାରାଥନ ଦୌଡ଼ ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଭାଗ ନେଇଥିଲେ । ମାରାଥନ ଦୌଡ ପ୍ରତିଯୋଗିତାରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତାଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ସେମାନଙ୍କୁ ପୁରସ୍କାର ଆକାରରେ ଜୋତା ପ୍ରଦାନ କରିଥିଲେ।ସେଥୁମଧ୍ଯରେ ପୁରୁଷ ବିଭାଗରେ ଦୀନେଶ ନାୟକ ପ୍ରଥମ, କେ.ଏନ୍. ଆର୍. ଗଣେଶ ବର୍ମା ଦ୍ୱିତୀୟ ଓ ସୁରେଶ ଚନ୍ଦ୍ର ପୁତ୍ତା ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ମହିଳା ବିଭାଗରେ ରାଣୀ ଶବର ପ୍ରଥମ , ମନିସା ମଣ୍ଡଳ ଦ୍ଵିତୀୟ ଓ ପୁଷ୍ପଲତା ପୋଲେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଭବିଷ୍ୟତରେ ସେମାନେ କିପରି ଆହୁରି ଆଗକୁ ଭଲ ପ୍ରଦର୍ଶନ କରିବେ ସେହି ବିଷୟରେ ଉତ୍ସାହ ଓ ପ୍ରେରଣା ଦେଇଥୁଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ