ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପୋଲିସକୁ ଗ୍ଲୋବ୍ସ ବଂଟନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ହ୍ୟାଣ୍ଡ ଗ୍ଲୋବସ ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ସୋମବାର ସହରରେ ପେଟ୍ରୋଲିଂ ଦାଇତ୍ୱରେ ଥିବା ଟାଉନ ଥାନା ସବ ଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ଓ ତାଙ୍କ ସହିତ ଥିବା ପୋଲିସ କର୍ମଚାରୀଙ୍କୁ ହ୍ୟାଣ୍ଡ ଗ୍ଲୋଭସ ପ୍ରଦାନ କରିଛନ୍ତି।ଏଥିସହିତ ତିନିମୁହାଣି ଛକରେ ପୋଲିସ ପେଟ୍ରୋଲିଂ ଦାୟୀତ୍ୱରେ ଥିବା ଟାଉନ ଥାନାର ସବ ଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ଓ ପୋଲିସ ଫୋର୍ସମାନଙ୍କୁ ଏବଂ ଦୁହୁରିଆ ବଜାରରେ ଖୋଲାଯାଇଥିବା ଅସ୍ଥାଇ ପୋଲିସ ଫାଣ୍ଡିର ଅଧିକାରୀ ଓ ଷ୍ଟାଫମାନଙ୍କୁ ହ୍ୟାଣ୍ଡ ଗ୍ଲୋଭସ ବଂଟନ କରିଥିଲେ । ଶନିବାର ସଦର ଥାନା ପରିସରରେ ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ପୋଲିସ କର୍ମଚାରୀମାନଙ୍କ ନିମନ୍ତେ ହ୍ୟାଣ୍ଡ ଗ୍ଲୋବସ ପ୍ୟାକେଟ ପ୍ରଦାନ କରିଥିଲେ । ଦିନରାତି ନିଜର କର୍ତ୍ତବ୍ୟ ସଂପାଦନ ସମୟରେ ପୋଲିସ କର୍ମଚାରୀମାନଙ୍କ ନିମନ୍ତେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ରହିଥିବା ହେତୁ ସେମାନଙ୍କ ସୁରକ୍ଷା ନିମନ୍ତେ ଏହି ହ୍ୟାଣ୍ଡ ଗ୍ଲୋବସର ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତିଙ୍କ ସହିତ ସଂସଦର ସଭ୍ୟ ତଥା ସାମ୍ବାଦିକ ଚିତ୍ତରଞ୍ଜନ ଦାସ ହ୍ୟାଣ୍ଡ ଗ୍ଲୋବସ ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।