ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପ୍ରାକ୍ତନ ସାଂସଦ ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକଙ୍କ ସ୍ମୃତି ଉଦେଶ୍ୟରେ କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ପ୍ରଥମେ ସ୍ୱର୍ଗତା ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ମହମ୍ମଦ ଆକବର ଅଲ୍ଲୀ,କମଳାକାନ୍ତ ବେହେରା, ନଳିନୀ ବିହାରୀ ମହାନ୍ତି, ହରେକୃଷ୍ଣ କର, ରାମଚନ୍ଦ୍ର ସାହୁ, ଗୈାରାଙ୍ଗ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।