ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ଗ୍ଲୋବସ ବଂଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ)- ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାନିଟାଇଜ ଗ୍ଲୋବସ ବଂଟନ କରାଯାଇଛି । ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ଙ୍କ ସହ ସମ୍ପାଦକ ଶୁସିଲ କୁମାର ସାମଲ, ଉପଦେଷ୍ଟା ହିପଜୁର ରହେମାନ, ସଦସ୍ୟ ଚିତ୍ତରଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ସାହୁ ଓ ସଭ୍ୟ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରାପଡା ସହର ସମେତ ଗ୍ରାମାଚଂଳର ବିଭିନ୍ନ ସ୍ଥାନରେ ଦାୟୀତ୍ୱ ନିର୍ବାହ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାନିଟାଇଜ ଗ୍ଲୋବସ ବଂଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ