ଜିଲ୍ଲା ପ୍ରତିଭା ପୂଜା ସଂସଦ ତରଫରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ କୋଭିଡ ଯୋଦ୍ଧା ସରପଂଚ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ବିଡିଓ ଏବଂ ତହସିଲଦାରଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ସମୟରେ ଜିଲ୍ଲାର ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ପ୍ରେରଣା ପ୍ରଦାନ କରିବା ସହ ସେମାନଙ୍କ ସମ୍ପର୍କରେ ଭବିଷ୍ୟତ ପିଢିଙ୍କୁ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସଂସଦ । ଜିଲ୍ଲା ପାଇଁ ବିଭିନ୍ନ କ୍ଷେତ୍ରରେ ଗୈାରବ ଆଣିଦେଇଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ଅନ୍ୟମାନଙ୍କୁ ସଫଳତାର ସହିତ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଆସୁଥିବା ଜିଲ୍ଲା ପ୍ରତିଭା ପୂଜା ସଂସଦ ତା’ର ସେହି ପ୍ରୟାସକୁ ଜାରି ରଖି ଆସିଛି । ଏହି ଉପଲକ୍ଷେ ସୋମବାର କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିବା ଉଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସହକାରୀ ଜିଲ୍ଲାପାଳ ତଥା ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀ ଅକ୍ଷୟ କୁମାର ଅଗ୍ରୱାଲ ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ ଅତିଥି ଭାବରେ ଯୋଗଦେଇ ସଂସଦର ଏଭଳି କାର୍ଯ୍ୟକ୍ରମ ଦ୍ୱାରା କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନରେ ଅଧିକ ନିଷ୍ଠାବାନ ହେବାକୁ ପ୍ରେରଣା ଯୋଗାଇବାରେ ଏହା ସହାୟକ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଉଭୟ ଅତିଥି ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବିଡିଓ ସୁଧିର କୁମାର ସିଂ, ତହସିଲଦାର ଡଃ.ହେମଲତା ବାହାଲିଆଙ୍କ ସମେତ ବ୍ଲକର ସରପଂଚମାନଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଂସଦ ପକ୍ଷରୁ ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀ ଶ୍ରୀ ଅଗ୍ରୱାଲ ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ସେଠୀଙ୍କୁ ମଧ୍ୟ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦ ପକ୍ଷରୁ ସମସ୍ତ କରୋନା ଯୋଦ୍ଧାଙ୍କୁ କରୋନା ପ୍ରତିଷେଧକ ହୋମିଓପ୍ୟାଥିକ ଔଷଧ ବଂଟନ କରାଯାଇଥିଲା । ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ସଭାର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୋଲଖ ଚନ୍ଦ୍ର ପଢିଆରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ସରପଂଚ ନରହରି ପାଣି, ବସନ୍ତ କୁମାର ରାଉତ, ଗାୟତ୍ରୀ ମହାନ୍ତି, ଜୀନତପ୍ରିୟଦର୍ଶିନୀ ରାଉତ, କମଳା ଗିରି, ସୀତାସୁନ୍ଦରୀ ମଲ୍ଲିକ, କାଦମ୍ବିନୀ ମହାପାତ୍ର, ଧରଣୀଧର ଦାସ, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ତଅପୋଇ ମଳିକ, ସନତ କୁମାର ଜେନା, ଝୁନା ମଳିକ, ପିତବାସ ବେହେରା, ରୀନା ମଳିକ, ସିଷମା ଦାସ, ନିତ୍ୟାନନ୍ଦ ସେଠୀ, ଭାରତୀ ମଳିକ, ସୋନାଲି ବିଶ୍ୱାଳ, ନିରୂପମା ପ୍ରଧାନ, ଗଗନବିହାରୀ ସାହୁ, ଲକ୍ଷ୍ମୀପ୍ରିୟା ରାଉତ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ