‘ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ କୁକୁଡ଼ାଖଣ୍ଡିର ବାଲିପଡାବାସୀ ଆଜି ଆତଙ୍କିତ ଅବସ୍ଥାରେ’

ବ୍ରହ୍ମପୁର, (ଅନିଲ କୁମାର): ଜିଲ୍ଲା ପ୍ରଶାସନର ଅପାରଗତା ଓ ତାନାଶାହୀ ପ୍ରବୃତିରୁ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଲିପଡାବାସୀ ଆତଙ୍କିତ । ପ୍ରକାଶ ଯୋଗ୍ୟ ଯେ ପ୍ରଥମେ ବାଲିପଡାର ବି. ରାମଚନ୍ଦ୍ର ସୁବୁଦ୍ଧିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେରେ ମୃତ୍ୟୁ ହୋଇଥିଲା । ତାର ଠିକ୍ ୪ ଦିନ ପରେ ତାଙ୍କ ଜ୍ୱାଇଁ ଓ ୧୪ ଦିନ ପରେ ତାଙ୍କ ବାପା ବି.କାମେଶ୍ୱର ସୁବୁଦ୍ଧିଙ୍କ ମୃତ୍ୟୁ ହେଲା । ବର୍ତ୍ତମାନ ରାମଚନ୍ଦ୍ର ସୁବୁଦ୍ଧିଙ୍କ ସାନଭାଇ ଓ ସବଦାହରେ ଯାଇଥିବା ଲୋକମାନେ ସଂକ୍ରମିତ ହେବାର ଜଣାପଡୁଛି । ବର୍ତ୍ତମାନ ବାଲିପଡା ପଞ୍ଚାୟତରେ ଅନ୍ୟ ଜଣେ କରୋନା ରୋଗି ଚିହ୍ନଟ ହୋଇଛି । ପ୍ରଶାସନର ତାନାସାହୀ କାରଣରୁ ଲୋକମାନେ ଅନ୍ଧାରରେ ଆତଙ୍କିତ ହୋଇ ରହିଛନ୍ତି। ସେମାନେ କେଉଁ କାରଣରୁ ମଲେ ତାର କୌଣସି ସୂଚନା ନାହିଁ । ଲୋକଙ୍କୁ ପ୍ରକୃତ ସୂଚନା ପ୍ରଶାସନ କାହିଁକି ଦେଉନି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ବର୍ତ୍ତମାନ ସଂପୂର୍ଣ୍ଣ ବାଲିପଡା ପଞ୍ଚାୟତକୁ ସାନିଟାଇଜ୍ କରିବା, ସମସ୍ତ ଆଶା, ଅଙ୍ଗନବାଡ଼ି, ଶିକ୍ଷକ, ଡାକ୍ତର ଓ ମେଡିକାଲ ଟିମକୁ ପିପିଇ କିଟ୍ ଯୋଗାଇବା ଓ ସମସ୍ତ ଜନସାଧାରଣଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି, ମହନ୍ତ ଚିନ୍ମୟାନନ୍ଦ ଦାସ, ଜିଲ୍ଲା ଉପ-ସଭାପତି ପରେଶ ଚନ୍ଦ୍ର ରଥ, ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ସିଦ୍ଧାନ୍ତ ଗଙ୍ଗଦେବ, ବନଜା ପଣ୍ଡା, ଗୋବିନ୍ଦ ବିଶୋୟୀ, ରାକେଶ ପଣ୍ଡା,ବାବୁଲା ପାତ୍ର, ଅର୍ଜ୍ଜୁନ ଗୌଡ଼, ଏ.ନନ୍ଦ କିଶୋର ପ୍ରମୁଖ ଦାବୀ ଜଣାଇଛନ୍ତି । ପ୍ରଶାସନ ଅବିଳମ୍ଭେ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ଭୟମୁକ୍ତ ଓ ସୁରକ୍ଷିତ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ