ଜିଲ୍ଲା ପ୍ରଶାସନର କଡା ନିର୍ଦ୍ଦେଶ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ରହିଥିବା ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ସକାଶେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କଡା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି  । ବିଶେଷ କରି ଜଙ୍ଗଲ ଜମି ଅଞ୍ଚଳରେ ରହୁଥିବା ସୈରାତ୍ ଉତ୍ସ ଗୁଡିକର ଚୋରା ଚାଲାଣ କେମିତି ହେବ ନାହିଁ ସେଥି ସକାଶେ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଏବଂ ପୋଲିସ୍ ବିଭାଗର ମିଳିତ ସହଯୋଗ କ୍ରମେ କଡା ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଉକ୍ତ ବୈଠକରେ ଜଣାଇଛନ୍ତି  । ମିଳିତ ବୈଠକରେ ଜିଲ୍ଲାପାଳ ମାଜିଷ୍ଟ୍ରେଟ୍, ପୋଲିସ୍ ଓ ଜଙ୍ଗଲ ବିଭାଗ ଦ୍ଵାରା ଚଢାଉ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ସୈରାତ ଉତ୍ସ ଗୁଡିକରୁ ରାତ୍ରୀ ସମୟରେ ଉତ୍ତୋଳନ ଓ ଚାଲାଣ ହେଉଥିବା ହେତୁ ରାତ୍ରୀ କାଳୀନ ମିଳିତ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି  । ଓଡିଶା ଲଘୁଜାତ ଦ୍ରବ୍ୟ ଆଇନ୍, ମୋଟରଯାନ ଆଇନ୍ ଓ ସି.ଆର୍. ପି.ସି. ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ  । ପ୍ରତ୍ୟେକ ସପ୍ତାହରେ ତହସିଲଦାରଙ୍କ ଦ୍ଵାରା ସମନ୍ବୟ ବୈଠକ କରାଇବେ ଏବଂ ଉପଖଣ୍ଡ ଦ୍ଵାରା ଏହାର ପରିଚାଳନା ଦିଗରେ ପଦକ୍ଷେପ ଗ୍ରହଣ କରିବେ  । ଜିଲ୍ଲାରେ ରହିଥିବା କ୍ରସର, ଇଟାଭାଟି ଗୁଡିକୁ ତଦନ୍ତ କରାଯିବ  । ସେଗୁଡିକ ସର୍ତ୍ତ ମୁତାବକ ପରିଚାଳନା କରାଯାଉଅଛି ନା ନାହିଁ ସେ ଦିଗ ପ୍ରତି ମଧ୍ୟ ତଦନ୍ତ ଭୁକ୍ତ ହେବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଙ୍କ ସମେତ ଉଭୟ ଗଞ୍ଜାମ ଓ  ବ୍ରହ୍ମପୁର ପୋଲିସ୍ ପ୍ରଶାସନ, ଉପ ଜିଲ୍ଲାପାଳ, ଉଭୟ ବ୍ରହ୍ମପୁର ଏବଂ ଭଞ୍ଜନଗର ଜଙ୍ଗଲ ବିଭାଗ ଅଧିକାରୀ, ସମସ୍ତ ଉପଖଣ୍ଡ ପୋଲିସ୍ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଜଙ୍ଗଲ ବିଭାଗୀୟ ରେଞ୍ଜ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ