ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ ଗ୍ରମବାସୀ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତ ଅନ୍ତର୍ଗତ ଏଣ୍ଡ୍ରି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଥିବାକୁ ନେଇ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଥିବାର ଜଣାପଡିଛି । ଦେଶ ସ୍ୱାଧୀନତାର ୭ଦଶନ୍ଧିରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମ ଯେପରିକି ସେପରି ରହିଛି । ବନପାହାଡ ଘେରା ଏହି ଗ୍ରାମରେ ବିକାଶର କୌଣସି ଛାପ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁନେଇ ବାରମ୍ବାର ରାୟଗଡ ବ୍ଲକ ପ୍ରଶାସନ ଠାରୁ ନିର୍ବାଚିତ ଜନପ୍ରତିନିଧି ପ୍ରମୁଖଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ । ତେଣୁ ଆଜି ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ ଆସିଛୁ ବୋଲି କହିଛନ୍ତି । ତେବେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଭେଟି ସମସ୍ତ ସମସ୍ୟାମାନ ଜଣାଇଥିଲେ ଏହି ଏଣ୍ଡ୍ରି ଗ୍ରାମବାସୀ । ମୁଖ୍ୟତଃ ଗମନାଗମନ ପାଇଁ ସଡକ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଭଳି ମୁଖ୍ୟ ମୌଳିକ ସମସ୍ୟାରେ ଜର୍ଜରିତ ହେଉଥିଲେ ମଧ୍ୟ କାହାରି ଦୃଷ୍ଟି ନିକ୍ଷେପ ନାହିଁ । ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇବାରେ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ଖଟିଆ କିମ୍ବା ବୋହି ବୋହି ମୁଖ୍ୟରାସ୍ତାକୁ ଆଣି ସେଠାରୁ ଆମ୍ବୁଲାନ୍ସ ଯୋଗେ ନେବା ଆଣିବାକୁ ପଡୁଛି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି । ସେହିପରି ଶିକ୍ଷା ବ୍ୟବସ୍ଥା ନ କହିବା ଭଲ ବୋଲି ପ୍ରକାଶ କରିବା ସହ ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି ବୋଲି ଅଭିଯୋଗ କରିଥିଲେ ପ୍ରଶାସନକୁ । ସମସ୍ତ ସମସ୍ୟା ସମ୍ପର୍କେ ଅବଗତ ହୋଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି ଏହା ଉଚ୍ଛେଦ ପରେ ସବୁ ପ୍ରକାରର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଗ୍ରାମବାସୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ