ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଖୋଜାପଲ୍ଲୀ ଗ୍ରାମବାସୀ

ଛତ୍ରପୁର, (ଦେବଦତ୍ତ ମହାରଣା) :ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ସମସ୍ତ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଏହାର ସଠିକ୍ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହାଇଛି ଖୋଦ୍ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ ଅଂଚଳରେ । ଇନ୍ଦିରାବାସ ଓ ବିଜୁ ପକ୍କା ଘର ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉନଥିବାରୁ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ପଂଚାୟତର ଖୋଜାପଲ୍ଲୀ ଗ୍ରାମର ପ୍ରାୟ ୫୦ ପରିବାର ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍‌ଙ୍କୁୁ ପୃଥକ ପୃଥକ୍ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ସେମାନଙ୍କୁ ବିଜୁ ପକ୍କା ଘର କିମ୍ବା ଇନ୍ଦିରାବାସ ଯୋଜନାରେ ସାମିଲ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାସହ ରାସନ କାର୍ଡ ମଧ୍ୟ ପ୍ରଦାନ କରାଯାଉନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଗତ ୬ ମାସ ତଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଆଜି ପୁଣିଥରେ ସେମାନେ ପୃଥକ ପୃଥକ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଖୋଜାପଲ୍ଲୀ ଗ୍ରାମର ଦମୟନ୍ତି ସାହୁ, ସୁଦେଷ୍ଣା ସାହୁ, ମାମି ସାହୁ, ସନ୍ତୋଷିନୀ ସାହୁ, ମାଳତୀ ସାହୁ, ଉର୍ମିଳା ମୁଦୁଲୀ, ସୁକାନ୍ତି ସାହୁ, ବେଙ୍ଗୁଲୀ ସାହୁ, ରୋଜା ସାହୁ, ଟୁକୁନୀ ସାହୁଙ୍କ ସମେତ ବହୁ ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ