ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ଧର୍ମଘଟ ;ରାସ୍ତାରୋକ ପ୍ରତ୍ୟାହାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ହାଇୱା ଟିପର ମାଲିକ ସଙ୍ଘ ପକ୍ଷରୁ ବେଆଇନ ଜୋରିମାନା ଆଦାୟ ପ୍ରତିବାଦରେ ଆଜି ୫ନମ୍ବର(କ) ଜାତୀୟ ରାଜପଥ ଓ କଟକ-ଚାନ୍ଦବାଲି ରାସ୍ତାକୁ ଦୁହୁରିଆ ଠାରେ ଅବରୋଧକରି ରାସ୍ତା ରୋକ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା । କିନ୍ତୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଘର କର୍ମକର୍ତ୍ତାମାନଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବାକୁ ଡକାଯିବାରୁ ସଙ୍ଘର ସଭାପତି ନାରାୟଣ ସ୍ୱାଇଁ ଓ ସମ୍ପାଦକ ମହେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ୫ଜଣ କର୍ମକର୍ତ୍ତା ଯାଇ ଆଲୋଚନା କରିଥିଲେ । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ସଦର ଥାନାର ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ନିର୍ଦେଶରେ ଯୋଗଦେଇଥିବା ସବଇନିସପେକ୍ଟର ତପନ କୁମାର ନାୟକଙ୍କ ସମେତ ସଙ୍ଘର ସଭାପତି ଶ୍ରୀ ସ୍ୱାଇଁ, ସମ୍ପାଦକ ଶ୍ରୀ ମିଶ୍ରଙ୍କ ସମେତ ଅନ୍ୟ କମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ହାଇୱା ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଥିବା ଲଘୁ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ହାଇୱା ଗାଡି ଗୁଡିକରୁ ବାଲିଖାଦାନ ଲିଜଧାରୀଙ୍କ ଦ୍ୱାରା ପ୍ରଦତ୍ତ ତୃଟିପୂର୍ଣ୍ଣ ୱାଇ ଫର୍ମ ଯୋଗୁଁ ବେଆଇନ ଜୋରିମାନା ଆଦାୟ ସହ ଗାଡିରେ ବୋଝେଇ ହୋଇଥିବା ବାଲିର ପରିମାଣ ଓଜନକରି ସେବାବଦରେ ପ୍ରମାଣପତ୍ର ଗାଡି ଚାଳକକୁ ପ୍ରଦାନ କରିବା, ଚିପ୍ସ ଓ ମେଂଟାଲ ପରିବହନ ସମୟରେ କ୍ରସରମାଲିକଙ୍କ ଦ୍ୱାରା ପ୍ରଦତ୍ତ ଜିଏସଟି ଫର୍ମର ତୃଟି ପାଇଁ ଜୋରିମାନା ଆଦାୟ ହେଉଥିବା ଏବଂ ବାଲିଖାଦାନ ଦ୍ୱାରା ପ୍ରତ୍ୟେକ ବାଲିଟ୍ରିପ ପାଇଁ ସଠିକ ୱାଇ ଫର୍ମ ପ୍ରଦାନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ ଯେ ଗାଡି ଗୁଡିକ ଅଣ୍ଡରଲୋଡ ହୋଇ ଖାଦାନରୁ ଆସିବ, ବାଲିଖାଦାନରେ ସଠିକ ଭାବରେ ୱାଇ ଫର୍ମ ପ୍ରତିଟ୍ରିପ ବାଲି ପାଇଁ ପ୍ରଦାନ କରାଯିବା ସମ୍ପର୍କରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଚଂଳର ତହସିଲଦାରମାନେ ଏସବୁକୁ ତଦାରଖ କରିବାକୁ ନିର୍ଦେଶ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ସଙ୍ଘ ପକ୍ଷରୁ ଆଉ ରାସ୍ତାରୋକ କରାନଯାଇ ଧର୍ମଘଟକୁ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘର ସଦସ୍ୟମାନଙ୍କ ମଧ୍ୟରେ ଦୀପକ କୁମାର ସାହୁ, ପ୍ରଦୀପ ଭଳ, ସେକ ମନସୁର, ଉମେଶ କୁମାର ରାଉତ, ତପନ ସାହୁ, ସେକ ମେହେବୁବ, କିଶୋର କୁମାର ରାଉତ, ସୁଶାନ୍ତ ପଣ୍ଡା, ସଚିଦାନନ୍ଦ ପତି, ବିଭୁତି ଭୂଷଣ ନାୟକ,ରଞ୍ଜନ କୁମାର ଭୋଳ, ଚନ୍ଦ୍ର ଶେଖର ସ୍ୱାଇଁ, ଉପେନ୍ଦ୍ର ଦାସ, ପ୍ରଦୀପ୍ତ ରଞ୍ଜନ ଦାସ, ନିରାକାର ସାହୁ, ପ୍ରମୋଦ କୁମାର ଦାସ, ସନ୍ଦୀପ ନାୟକ, ମହମ୍ମଦ ଫାୟାଜ, ଗୋଲେଖ ଚନ୍ଦ୍ର ବଳ, ସେକ ଅବଦୁଲ ରସିଦ, ମୀଲୁ ସେଠୀ, ରଞ୍ଜନ କୁମାର ଭଳ, ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନ ସାହୁ, ସେକ ମସକୁର ହୋସେନ, ମାନସରଞ୍ଜନ ପଟ୍ଟନାୟକ, ନିୟାଜୁଦ୍ଦିନ ସେକ, ମହମ୍ମଦ ଫରିଦ, ସେକ ଅଫତାବ, ଶ୍ରୀଧର ଦାସ, ଦେବଦାସ ନାୟକ, ପ୍ରିତିଶ କୁମାର ବିଶ୍ୱାଳ, ସେକ ଅରମାନ, ସେକ ଲିୟାଜତ, ଅଜୟ ରାଉତ ପ୍ରମୁଖ ଶତାଧିକ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ