ଜିଲ୍ଲା ପ୍ରଶାସନ ଏବଂ ଅରୁଣା ସ୍ୱେଚ୍ଛା ସେବୀ ସଂଗଠନ ମିଳିତ ଆନୁକୁଲ୍ୟରେ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଅରୁଣା”ର ମିଳିତ ସହଯୋଗ କ୍ରମେ ପାରଳାଖେମୁଣ୍ଡି ସ୍ଥିତ ଜଳ ବିଭାଜିକା ସଭାଗୃହ ଠାରେ ମାତୃପିତ୍ରୁହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଥଇଥାନ ନିମନ୍ତେ ଜିଲ୍ଲାରେ ଥିବା ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ସଭାପତି , ସମ୍ପାଦକ ଏବଂ ପରିଚାଳକ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ଵାଗତ କରିବା ସହ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କୁ ଆସୁଥିବା ପ୍ରତ୍ୟେକ ଶିଶୁ କିଭଳି ଗୋଟିଏ ପରିବାର ପାଇବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଭାବେ କଟକରୁ ଆସିଥିବା ଶ୍ରୀ ପ୍ରଶାନ୍ତ କୁମାର ପାଲଟା ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁଟି କିଭଳି ପରିବାର ଟିଏ ପାଇପାରିବ ଏବଂ ସେଥିପାଇଁ ରହିଥିବା ଯୋଜନା ଯଥା: ପୃଷ୍ଠପୋଷକତା (ସ୍ପୋନସର ସିପ), ପ୍ରତିପାଳନ ଯତ୍ନ(ଫୋଷ୍ଟର କେୟାର ), ପୌଷ୍ୟ ସନ୍ତାନ (ଏଡପସନ୍) ଏବଂ ପରବର୍ତ୍ତୀ ଯତ୍ନ(ଆଫଟାର କେୟାର) ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସମେତ ଶିଶୁଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ କଣ ସବୁ ଦାୟିତ୍ଵ ରହିଛି , ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ଯାଇଥିଲା ।ଶିଶୁଟି କୌଣସି ପରିବାରକୁ ଗଲାପରେ ସଂପୃକ୍ତ ପରିବାରର ସଦସ୍ୟ ମାନେ କିଭଳି ସରକାରଙ୍କବିଭିନ୍ନସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ।ସେଥିପାଇଁ ଶିଶୁ ସୁରକ୍ଷା ଯୋଜନାର ସମସ୍ତ କର୍ମକର୍ତ୍ତା କିଭଳି ଅଧିକ ଯତ୍ନବାନ ହେବେ , ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।କାର୍ଯ୍ୟକ୍ରମରେ ଇ-ଶିକ୍ଷାର ସଂଯୋଜକ ଶ୍ରୀ ମାନସ ନାୟକ ଉପସ୍ଥିତ ରହି ଶିଶୁଯତ୍ନ ଅନୁଷ୍ଠାନକୁ ପ୍ରଦାନ କରା ଯାଇଥିବା କମ୍ପ୍ୟୁଟର ଟାବଲେଟର ପରିଚାଳନା ଓ ରକ୍ଷଣା ବେକ୍ଷଣ ଉପରେ ତାଲିମ ପ୍ରଦାନ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଅରୁଣା”ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ