ଜିଲ୍ଲା ପ୍ରଶାସନ ଓ ବିଜ୍ଞାନ ଭାରତୀର ପ୍ରଶିକ୍ଷଣ କେନ୍ଦ୍ରରେ ଦୁଇ ହଜାର ପିଲାଙ୍କୁ ଦିଆଯିବ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି ସ୍ଥାନୀୟ ବେତାଗୁଡାସ୍ଥିତ ସ୍କିଲ ଡେଭେଲପେମେଣ୍ଟେ ସେଣ୍ଟର ଠାରେ ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି I ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡି ରୋମାଞ୍ଚଳ ଖମାରୀ, ହାଇଟେକ ଗ୍ରୁପର ନିର୍ଦେଶିକା ପୁଷ୍ପାଞ୍ଜଳି ପାଣିଗ୍ରାହୀ, ଜିଲ୍ଲା ନିଯୁକ୍ତି ଅଧିକାରୀ ସୌଭାଗ୍ୟ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ରାଜ୍ୟ ସରକାର ବର୍ତ୍ତମାନ ଗରିବ ଯୁବକ ଯୁବତୀମାନକ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବଞ୍ଚିବା ପାଇଁ ଏକ ଭଲ ବାଟ ଦେଖାଇବାରେ ଲାଗିଛନ୍ତି I ଏହା ଫଳରେ ଯୁବକମାନେ ନିଜେ ସ୍ୱାବଲମ୍ବୀ ହେବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ I ହାଇଟେକ ଗ୍ରୁପର ପରିଚାଳନା ନିର୍ଦେଶକ ଇ. ରୂପେଶ ପାଣିଗ୍ରାହୀ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ I ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରୁଷ୍ଟ ପକ୍ଷରୁ 2 ହଜାର ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ I ବିଶେଷକରି ସିଲେଇ, କମ୍ପୁଟର, ଶିକ୍ଷା, ଆଶା ଦିଦିଙ୍କ କାର୍ଯ୍ୟ ସହ ଅନେକ ପ୍ରକାରର ପ୍ରଶିକ୍ଷଣ ପ୍ରଦାନ କରାଯିବ ସମସ୍ତ କାର୍ଯ୍ୟକ୍ରମକୁ ବିଜ୍ଞାନ ଭାରତୀ ଚାରିଟେବଲ ଟ୍ରଷ୍ଟର କର୍ମକର୍ତ୍ତା ପରିଚାଳନା କରିଥିଲେ I ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I


