ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାରରେ ପୁସ୍ତକ ଓ ଖେଳ ସାମଗ୍ରୀ ବଣ୍ଟନ

ପାରଳାଖମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳଖେମୁଣ୍ଡି ଉପ କାରାଗାରରେ କଏଦୀ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ,କେରମ୍ ବୋର୍ଡ ଓ ଚେସ ପ୍ରଦାନ କରାଯାଇଛି। ଏହି ଅବସରରେ ମାନ୍ୟବର ଗଜପତି ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାରାଗାରରେ ଏକ ନୂତନ ପାଠାଗାର କୁ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ କଏଦୀ ମାନଙ୍କୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ, କେରମ୍ ବୋର୍ଡ ଓ ଚେସ ପ୍ରଦାନ କରାଯାଇଛି। ଏହି ମାଧ୍ୟମରେ ସମସ୍ତ କଏଦୀ ମାନେ ପାଠ୍ୟପୁସ୍ତକ ପଢିବା ସହିତ ଖେଳ କୁଦ ମାଧ୍ୟମରେ ସେମାନଙ୍କର ସମୟ ଅତିବାହିତ କରିପାରିବେ ବୋଲି ଅତିଥି ମାନେ କହିଥିଲେ ଏବଂ କଏଦୀ ମାନଙ୍କର ବ୍ୟବହାର ହେଉଥିବା ଔଷଧ,ଖାଦ୍ୟ ମାନ ଯାଞ୍ଚ କରିବା ସହିତ ସେହିମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ ।ଏହି ଅବସରରେ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀ ନଟବର ଗରଡା, ଉପ କାରାଗାର ଅଧିକ୍ଷକ ଶ୍ରୀଯୁକ୍ତ ହନୁ ସେଠୀ,ଏସ. ନାଗାରାଜୁ, ଜେଲର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ