ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକଙ୍କ ସଂଯୋଜନାରେ ଏହି ସପ୍ତାହ ପାଳନ ଉପଲକ୍ଷେ ବୁଧବାର “ସତର୍କ ଭାରତ – ସମୃଦ୍ଧ ଭାରତ”ବର୍ଷ ଉପରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ “ସତର୍କ ନାଗରିକ-ସମୃଦ୍ଧ ନାଗରିକ” “ସତର୍କ ଗଣତନ୍ତ୍ର-ସମୃଦ୍ଧ ଗଣତନ୍ତ୍ର”ଏବଂ “ସତର୍କ ଭାରତ – ସମୃଦ୍ଧ ଭାରତ”ବର୍ଷ ଉପରେ ବକ୍ତବ୍ୟ ରଖି ସମସ୍ତ ନାଗରିକ ସତ୍ୟ, ନିଷ୍ଠା ଓ ନ୍ୟାୟୋଚିତ ଭାବରେ ନିଜ ନିଜର କର୍ମ ସମ୍ପାଦିତ କରି ଏକ ଅଖଣ୍ଡ ସମୃଦ୍ଧ ଭାରତ ବର୍ଷ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଶ୍ରୀ ନାୟକ ଦିବସର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖି ସମସ୍ତ ନାଗରିକ ଦୁର୍ନିତୀ ନିବାରଣ ଦିଗରେ ସତର୍କତା ଅବଲମ୍ବନ କରି ନିଜର ମାନବିକତାକୁ ଜାଗ୍ରତ କରି ସମାଜରୁ ଦୁର୍ନିତୀର ମୂଳୋତ୍ପାଟନ ଦିଗରେ ନିଜକୁ ନିୟୋଜିତ କରିପାରିଲେ ଭାରତବର୍ଷ ସମୃଦ୍ଧ ରାମରାଜ୍ୟ ହୋଇ ସମଗ୍ର ବିଶ୍ୱରେ ପରିଚିତ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଶପଥ ପାଠୋତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା,ବେସାମରୀକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଯୋଗଦେଇ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ