ଜିଲ୍ଲା ପ୍ରଶାସନ ପକ୍ଷରୁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଆଗାମୀ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁର୍ନବାର କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ନିମନ୍ତେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟ ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶିତ ହୋଇଛି । ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, କେନ୍ଦ୍ରାପଡ଼ା ବ୍ଲକ ଅନୁସୂଚିତ ଜାତି ମହିଳା, ଗରଦପୁର ବ୍ଲକ ଅସଂରକ୍ଷିତ, ଡେରାବିଶ ବ୍ଲକ ଅନୁସୂଚିତଜାତି ମହିଳା, ପଟ୍ଟାମୁଣ୍ଡାଇ ବ୍ଲକ ଅସଂରକ୍ଷିତ, ମହାକାଳପଡ଼ା ବ୍ଲକ ଅସଂରକ୍ଷିତ ମହିଳା, ମାର୍ଶାଘାଇ ବ୍ଲକ ଅସଂରକ୍ଷିତ ମହିଳା, ରାଜକନିକା ବ୍ଲକ ଅସଂରକ୍ଷିତ ଓ ରାଜନଗର ବ୍ଲକ ଅଧ୍ୟକ୍ଷ ପଦ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତର ସରପଞ୍ଚ ପଦ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା-ସରପଞ୍ଚ ପଦ ଅସଂରକ୍ଷିତ ମହିଳା, ଇନ୍ଦୁପୁର- ଅସଂରକ୍ଷିତ, ଓସ୍ତପୁର- ଅସଂରକ୍ଷିତ, କଳପଡା- ଅସଂରକ୍ଷିତ, କପାଳେଶ୍ୱର- ଅସଂରକ୍ଷିତ ମହିଳା, କୁତରଙ୍ଗ- ଅସଂରକ୍ଷିତ, କେଶପୁର-ଅନୁସୂଚିତ ଜାତି ମହିଳା, ଗାଙ୍ଗପଡା- ଅସଂରକ୍ଷିତ, କଂସାର- ଅସଂରକ୍ଷିତ ମହିଳା, ଗୁଲନଗର- ଅସଂରକ୍ଷିତ ମହିଳା, ଘାଗରା -ଅସଂରକ୍ଷିତ ମହିଳା, ଚକ୍ରୋଡା-ଅସଂରକ୍ଷିତ ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି, ଚାରିଗାଁ -ଅସଂରକ୍ଷିତ ମହିଳା, ଜମଧର-ଅସଂରକ୍ଷିତ, ଢୋଲ-ଅସଂରକ୍ଷିତ, ଧୂମାତ-ଅନୁସୂଚିତ ଜାତି ମହିଳା, ପଳସିଂହା- ଅସଂରକ୍ଷିତ, ନିକିରାଇ- ଅନୁସୂଚିତ ଜାତି ମହିଳା, ପୁରୁଷୋତ୍ତମପୁର-ଅନୁସୂଚିତ ଜାତି ମହିଳା, ବଗଡା-ଅସଂରକ୍ଷିତ, ବାରୋ-ଅସଂରକ୍ଷିତ, ଭରତପୁର-ଅନୁସୂଚିତ ଜାତି, ଭାଗବତପୁର-ଅସଂରକ୍ଷିତ ମହିଳା, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି, ସାନମାଣତିଆ-ଅନୁସୂଚିତ ଜାତି, କୋରୋ-ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକର ୨୭ଟି ସମିତି ସଭ୍ୟ ପଦ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା ଗ୍ରାମପଞ୍ଚାୟତ ସମିତିସଭ୍ୟ ପଦ ଅସଂରକ୍ଷିତ ମହିଳା, ଇନ୍ଦୁପୁର-ଅସଂରକ୍ଷିତ, ଓସ୍ତପୁର-ଅନୁସୂଚିତ ଜନଜାତି ମହିଳା, କଳପଡା- ଅସଂରକ୍ଷିତ, କପାଳେଶ୍ୱର- ଅସଂରକ୍ଷିତ, କୁତରଙ୍ଗ- ଅସଂରକ୍ଷିତ ମହିଳା, କେଶପୁର-ଅନୁସୂଚିତ ଜାତି ମହିଳା, ଗାଙ୍ଗପଡା- ଅସଂରକ୍ଷିତ, କଂସାର- ଅସଂରକ୍ଷିତ, ଗୁଲନଗର- ଅସଂରକ୍ଷିତ ମହିଳା, ଘାଗରା-ଅସଂରକ୍ଷିତ, ଚକ୍ରୋଡା-ଅସଂରକ୍ଷିତ ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି, ଚାରିଗାଁ-ଅସଂରକ୍ଷିତ ମହିଳା, ଜମଧର-ଅସଂରକ୍ଷିତ, ଢୋଲ-ଅସଂରକ୍ଷିତ, ଧୂମାତ-ଅନୁସୂଚିତ ଜାତି ମହିଳା, ପଳସିଂହା-ଅନୁସୂଚିତ ଜାତି, ନିକିରାଇ-ଅସଂରକ୍ଷିତମହିଳା, ପୁରୁଷୋତ୍ତମପୁର-ଅସଂରକ୍ଷିତ ମହିଳା, ବଗଡା-ଅସଂରକ୍ଷିତ ମହିଳା, ବାରୋ-ଅସଂରକ୍ଷିତ, ଭରତପୁର-ଅନୁସୂଚିତ ଜାତି ମହିଳା, ଭାଗବତପୁର-ଅସଂରକ୍ଷିତ, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି ମହିଳା, ସାନମାଣତିଆ-ଅନୁସୂଚିତ ଜାତି, କୋରୋ-ଅସଂରକ୍ଷିତଙ୍କ ପାଇଁ ସଂରକ୍ଷଣ କରାଯାଇଛି । ଯଦି ଏହି ଅଦଳ ବଦଳରେ କାହାରି ଆପତ୍ତି ଅଭିଯୋଗ କିଛି ଥାଏ ତେବେ ସେମାନେ ସେମାନଙ୍କ ଆପତ୍ତି ଦରଖାସ୍ତ ଆସନ୍ତା ଜାନୁଆରୀମାସ ୩ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ