ଜିଲ୍ଲା ବିଜେଡିର ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନୀଳଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାନଗା ବ୍ଲକର ଶତାଧିକ କର୍ମୀ ଓ ନେତା ବୁଧବାର ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି । ବିଜେଡିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ସରପଞ୍ଚ ଛବିରାଣୀ ନାୟକ, ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଜେନା, ପୂର୍ବତନ ସମିତି ସଭ୍ୟ ଅରବିନ୍ଦ ଜେନା, ପ୍ରଫୁଲ୍ଲ ବିଶ୍ୱାଳ, କଂଗ୍ରେସର ଦଳର ପଞ୍ଚାୟତ ଦୀଲିପ କୁମାର ଦାସ, ୱାର୍ଡ଼ ସଭ୍ୟସଭ୍ୟା ଗୀତାଞ୍ଜଳି ଘଡ଼େଇ, ରେବତୀ ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଭବାନୀ ଦାସ, ଦୟାନିଧୀ ଦାସ, ମହେଶ୍ୱର ମଲ୍ଲିକ, କଂଗ୍ରେସ ନେତା ଘନଶ୍ୟାମ ବିଶ୍ୱାଳ, ଗୋପାଳ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ରାଉତ, ସଞ୍ଜୟ ପଣ୍ଡାଙ୍କ ସମେତ ଶତାଧିକ କର୍ମୀ ରହିଛନ୍ତି । ଏମାନଙ୍କ ସହିତ ବିଜେପି ବରିଷ୍ଠ ନେତା ମନୋରଞ୍ଜନ ମହାରଣା, ଉତ୍ତମ କୁମାର ସାହୁ, ମହେଶ୍ୱର ସାହୁ, ଲକ୍ଷ୍ମୀଧର ସେଠୀ, ଖନ୍ତାପଡ଼ା ପଞ୍ଚାୟତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ନୀଳଗିରି ଅଞ୍ଚଳର ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ବରିଷ୍ଠ ପ୍ରବନ୍ଧକ ମଦନମୋହନ ମାଝୀ ଓ ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ମାଝୀ, ପଥରପେଣ୍ଠ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଦାମୋଦର ବେହେରାଙ୍କ ସମେତ ଅନ୍ୟଦଳର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେଡି ଜିଲା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ଶ୍ରୀ ଜେନା ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ନିର୍ବାଚନ ମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ଖଟୁଆ, ଜିଲା ବିଜେଡି ଉପ-ସଭାପତି ଗୌରୀକୁମାର ରାଉତ, ଜିଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ କୁମାର ସାମଲ, ଜିଲା ଯୁବ ବିଜେଡି ସଭାପତି ତାପସ ପରିଡ଼ା, ଜିଲା ଛାତ୍ର ବିଜେଡି ସଭାପତି ସିମନ ଦାସମହାପାତ୍ର, ନୀଳଗିରି ବ୍ଲକ ବିଜେଡି ସଭାପତି ବିଜୟ ଲେଙ୍କା, ବରିଷ୍ଠ ବିଜେଡି ନେତା ଗିରିଶ ଚନ୍ଦ୍ର ଦାସ ଓ ବାବୁଲି ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମିଶ୍ରଣ ଅବସରରେ ଶ୍ରୀ ଜେନା କହିଥିଲେ ଯେ ଏହି ମିଶ୍ରଣ ନିଶ୍ଚିତ ଭାବେ ନୀଳଗିରି ନିର୍ବାଚନମଣ୍ଡଳୀ ତଥା ଜିଲା ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବ । ପୂର୍ବ ନିର୍ବାଚନରେ ଏହି ପଞ୍ଚାୟତର ପାଇଁ କମ ଭୋଟ ପାଇ ଆମ ବିଧାୟକ ପ୍ରାର୍ଥୀ ପରାଜିତ ହୋଇଥିଲେ । ତେଣୁ ଏହା ଉପରେ ଫୋକସ କରିବା ପାଇଁ ଯୋଜନା ରହିଥିଲା । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଅନ୍ୟଦଳର ନେତା ଓ କର୍ମୀଙ୍କୁ ବେଶ ପ୍ରଭାବିତ କରିଛି । ଯାହାର ଫଳ ସ୍ୱରୂପ ସେହି ଅଞ୍ଚଳର ଶତାଧିକ ନେତା ଓ କର୍ମୀ ଏବେ ସ୍ୱତଃପ୍ରବୃତ୍ତ ଭାବେ ବିଜେଡିରେ ସାମିଲ ହେବାକୁ ଆଗ୍ରହ ଦେଖାଇଥିଲେ । ଏହା ଆଗାମୀ ନିର୍ବାଚନ ପାଇଁ ନିଶ୍ଚିତ ବହୁତ ଭଲ ସୂଚନା । ଆଗକୁ ଆମେ ଏଭଳି ପ୍ରୟାସ ଜାରି ରଖିବୁ ବୋଲି ସେ କହିଥିଲେ ।