ଜିଲ୍ଲା ବିଜେଡି ଉପସଭାପତିଙ୍କ ବିୟୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ବିଜେଡି ଉପସଭାପତି ତଥା ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ଦେବଦାସ ମହାନ୍ତିଙ୍କ ୬୪ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି । ସେ କିଛିଦିନ ହେବ ସେଠାରେ ଚିକିତ୍ସାଧୀନ ଥିବା ବେଳେ ଆଜି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ଜଣେ ଦକ୍ଷ ଆଇନଜୀବୀ ଓ ରାଜନେତା ଭାବେ ସୁନାମ ଅର୍ଜ୍ଜନ କରିଥିଲେ । ପୈାରପରିଷଦକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏତଦଭିନ୍ନ ସେ ଜଣେ ମେଳାପି ଓ ସ୍ନେହୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କ ମର ଶରୀର ଆଜି ରାତିରେ ଜନ୍ମସ୍ଥାନ ମାଧପୁରରେ ପହଞ୍ଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶେଷଦର୍ଶନ କରିଥିଲେ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ବିଧାୟକ ଧ୍ରୁବ ସାହୁ, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କିଶୋର ଚନ୍ଦ୍ର ତରାଇ, ସିପ୍ରା ମଲ୍‌ିକ, ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ଭୀମସେନ ଭୂୟାଁ, ଧୃବ ଜେନା, ସରୋଜରାଜ ସିଂହ, ସୈାମେନ୍ଦ୍ର ପୃଷ୍ଟି, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ,ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ରଞ୍ଜିତ ସାହୁ, ପ୍ରଦୀପ୍ତ ମହାନ୍ତି, ସରୋଜ ସାହୁ, ଇଂ ଅଜୟ ବେହେରା, ସାମ୍ବାଦିକ ପରେଶ ଦାସ, ରାଜେଶ ପଣ୍ଡା, ହିରଣ୍ୟ ପଣ୍ଡା, କାଉନସିଲର ରଶ୍ମିତା ସିଂହ, ପ୍ରଶାନ୍ତ ସିଂହ, ସେକ ଇନାୟତ, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ପ୍ରତାପ ଦାସ, ବିଜୟ ପତି ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆସନ୍ତା କାଲି ତାଙ୍କ ମର ଶରୀରକୁ ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟ, ପୈାର କାର୍ଯ୍ୟାଳୟ ଓ ୟୁନିଅନ କ୍ଲବକୁ ନିଆଯିବା ପରେ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ