ବିଜେପିର ଟୀକାକରଣ କେନ୍ଦ୍ର ପରିଦର୍ଶନ
ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ର ସରକାରଙ୍କ ଦ୍ଵାରା ଗତ ୧୫ ତାରିଖ ପାଖରୁ ୧୮ ରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ପୁଣିଥରେ ବ୍ୟାପକ ଭାବେ ଆରମ୍ଭ ହୋଇଥିବା ତୃତୀୟ ଡୋଜର ଟୀକାକରଣ ଅଭିଯାନର ଦୁଇଦିନ ପରଠାରୁ ବିଭିନ୍ନ ଟୀକାକରଣ କେନ୍ଦ୍ରରୁ ଉପଭୋକ୍ତା ମାନଙ୍କର ଅଭିଯୋଗ ଆସିବା ପରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରଶାସନିକ ଅଧିକାରୀଙ୍କୁ ଏହାର ସମାଧାନ ନିମନ୍ତେ ଆଗ୍ରହ କରିଥିଲେ । ଏହି କ୍ରମେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ଓ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ବାଲେଶ୍ଵର ନଗର ଅନ୍ତର୍ଗତ କିଛି ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ ଟୀକାକରଣ କେନ୍ଦ୍ର ମାନଙ୍କ ରେ ବନ୍ଦୋବସ୍ତ ଠିକ୍ ଥିବାର ଦେଖାଯାଇଥିଲା ।


