ଜିଲ୍ଲା ବିଜେପି ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ସମ୍ପର୍କ ଅଭିଯାନ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟର ବୈଠକ ଗୃହରେ ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ସଭାପତି ମୃତ୍ୟଞ୍ଜୟ ଜେନା ସଭାପତିତ୍ବ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅନୁସୂଚିତ ମୋର୍ଚ୍ଚା ର ରାଜ୍ୟ ଉପସଭାପତି ରାକେଶ ମଲ୍ଲିକ, ସମ୍ପାଦକ ହେମନ୍ତ ମଲ୍ଲିକ, ସରୋଜ ଜେନା, ସମ୍ପାଦିକା ସବିତା ନାଏକ ଉପସ୍ଥିତ ଥିଲେ, ଏହି ବୈଠକ ରେ ଜିଲ୍ଲା ଓ ମଣ୍ଡଳ କମିଟି କୁ ସୁଦୃଢ କରିବା, ଏସସି ବୁଥ ଚି଼ହ୍ନଟ କରିବା ସମ୍ପର୍କ ରେ ଆଲୋଚନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ସେଠି, ମାନସୀ ଜେନା, ଝରଣା ଜେନା , ହରିପଦ ମୁଖି ଶଙ୍କର ମହାଳିକ, ସତ୍ୟରଞ୍ଜନ ମଣ୍ଡଳ, ଅଭିରାମ ଦାସ, ତପନ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ


